ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଯୁବ କ୍ରୀଡ଼ାବିତ ଅଭିଜ୍ଞାନ ନାୟକ। ପାଠ ପଢ଼ିବା ସାଙ୍ଗକୁ କବାଡ଼ି ଖେଳର ରୁଚି ରଖୁଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ଅର୍ଜୁନ ନାୟକ ଓ ମାତା ଫୁଲ ନାୟକଙ୍କ ବଡ଼ ପୁଅ। ଷଷ୍ଠ ଶ୍ରେଣୀରୁ ଖେଳପ୍ରତି ଆଗ୍ରହ ରଖି ସ୍କୁଲ ସ୍ତରରେ ଜିଲ୍ଲାସ୍ତରୀୟ କବାଡ଼ି ଖେଳି ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ପୁରସ୍କାର ଅଭିଜ୍ଞାନକୁ ଖେଳ ଜଗତରେ ଆଗକୁ ବଢିବା ପାଇଁ ବେଶ ଉତ୍ସାହ ଦେଇଥିଲା । ଯାହାକି ଆଜି ତାଙ୍କୁ ଜାତୀୟସ୍ତରକୁ ପହଞ୍ଚାଇ ଦେଇଛି । ଭବିଷ୍ୟତ ରେ କନ୍ଧମାଳ ତଥା ରାଜ୍ୟର ନାଁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ।

ବର୍ତ୍ତମାନ ଅଭିଜ୍ଞାନ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଦାରିଙ୍ଗବାଡ଼ି ଆମ୍ବେଦକର ମହାବିଦ୍ୟାଳୟର ଛାତ୍ର। ଯୁକ୍ତଦୁଇ ପ୍ରଥମ ବର୍ଷରେ ମହାବିଦ୍ୟାଳୟ କ୍ରୀଡ଼ାରେ ଉତ୍ତୀର୍ଣ୍ଣ ହୋଇ ସେ ଓଡ଼ିଶା କବାଡ଼ି (ଜୁନିୟର )ଦଳର ଅଧିନାୟକ ଭାବେ ମନୋନୀତ ହୋଇଥିଲେ । ତାଙ୍କ ଦଳକୁ ନେଇ ହରିୟାନା, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଆଦି ବିଭିନ୍ନ ରାଜ୍ୟକୁ ଯାଇ ଖେଳିଛନ୍ତି। ସେ ହରିୟାନାରେ ଚାଲିଥିବା ପ୍ରତିଯୋଗିତାରେ ଓଡ଼ିଶା ଦଳ ତୃତୀୟ ସ୍ଥାନରେ ରହିଥିଲା । ଅଧିକ ପ୍ରୋତ୍ସାହନ ମିଳିଲେ ଏହି ଯୁବ କ୍ରୀଡ଼ାବିତ ଜାତୀୟସ୍ତରରେ ନାଁ ରଖିବେ ବୋଲି କହିଛନ୍ତି ।
