– ନୁ୍ୟଟ୍ରିଲାଇଟ ଅଲ୍ ପ୍ଲାଣ୍ଟ ପ୍ରୋଟିନ, ନୁ୍ୟଟ୍ରିଲାଇଟ ଡେଲି ପ୍ଲସ୍ ଏବଂ ନୁ୍ୟଟ୍ରିଲାଇଟ ସାଲମନ୍ ଓମେଗା -୩ ସଫ୍ଟଜେଲ୍ସ୍ ସମେତ ପାଞ୍ଚଟି ଅଗ୍ରଣୀ ନୁ୍ୟଟ୍ରିଲାଇଟ ସପ୍ଲିମେଣ୍ଟ କ୍ରୀଡାକ୍ଷେତ୍ରରେ ନିଷିଦ୍ଧ ପଦାର୍ଥ ବିପକ୍ଷରେ ଯାଞ୍ଚ ନିମନ୍ତେ ବିଶ୍ୱସନୀୟ ସାବ୍ୟସ୍ତ
– ଏନଏଫଏସୟୁ-ଏନଏସ୍ଟିଏସ୍ ଦ୍ୱାରା ବିଶ୍ୱସନୀୟ ସ୍ୱୀକୃତି କ୍ରୀଡା ବ୍ୟକ୍ତିବିଶେଷଙ୍କ ସମେତ ସମସ୍ତ ଉପଭୋକ୍ତାଙ୍କ ନିମନ୍ତେ ବିଶ୍ୱସନୀୟ ଏବଂ ନିରାପଦ ବିଷୟକୁ ସୁଦୃଢ କରୁଛି
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ବଜାରରେ ସମ୍ପ୍ରତି ଉପଲବ୍ଧ ପୋଷଣୀୟ ଉତ୍ପାଦଗୁଡିକର ନିରାପଦ ଏବଂ ଶୁଦ୍ଧତାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ବର୍ଦ୍ଧିତ ଚିନ୍ତା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଅନ୍ୟତମ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ନିକଟରେ ତାହାର ଅଗ୍ରଣୀ ନୁ୍ୟଟ୍ରିଲାଇଟ ବ୍ରାଣ୍ଡ୍ର ମୁଖ୍ୟ ସପ୍ଲିମେଣ୍ଟଗୁଡିକ ନିମନ୍ତେ ସମ୍ମାଜନକ ବିଶ୍ୱସନୀୟ ପ୍ରମାଣନ କାର୍ଯ୍ୟକ୍ରମ ଅଧୀନରେ ନ୍ୟାସନାଲ ଫରେନ୍ସିକ ସାଇନ୍ସେସ ୟୁନିଭରସିଟି (ଏନଏଫଏସ୍ୟୁ)- ନୁ୍ୟଟ୍ରିସନାଲ ସପ୍ଲିମେଣ୍ଟେସନ ଟେଷ୍ଟିଂ ଫର ସ୍ପୋର୍ଟସ୍ପର୍ସନ୍ସ (ଏନଏସ୍ଟିଏସ) ପରୀକ୍ଷଣ ପ୍ରାପ୍ତ ହୋଇଥିବା ଘୋଷଣା କରିଛି ।
ଏହି ସ୍ୱୀକୃତି ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ନିରାପଦ ଏବଂ ବିଜ୍ଞାନ ଆଧାରରେ ସମର୍ଥିତ ପୋଷଣୀୟ ଉତ୍ପାଦଗୁଡିକ ଯୋଗାଇବା ନିମନ୍ତେ ଆମୱେର ଏକନିଷ୍ଠ ପ୍ରତିବଦ୍ଧତାକୁ ପୁନଃସୁଦୃଢ କରୁଛି ଏବଂ ଏହା ନୁ୍ୟଟ୍ରିଲାଇଟ ଅଲ୍ ପ୍ଲାଣ୍ଟ ପ୍ରୋଟିନ, ନୁ୍ୟଟ୍ରିଲାଇଟ କାଲ୍ ମାଗ୍ ଡି ପ୍ଲସ୍ କେ୨, ନୁ୍ୟଟ୍ରିଲାଇଟ ଗ୍ଲୁକୋସାମାଇନ୍ ଏଚସିଏଲ ୱିଥ୍ ବୋସୱେଲିଆ, ନୁ୍ୟଟ୍ରିଲାଇଟ ସାଲ୍ମନ ଓମେଗା ୩ସଫ୍ଟଜେଲସ୍ ଏବଂ ନୁ୍ୟଟ୍ରିଲାଇଟ ଡେଲି ପ୍ଲସ୍ ଆଦି ପାଞ୍ଚଟି ମୁଖ୍ୟ ଉତ୍ପାଦକୁ ୱର୍ଲଡ ଡୋପିଙ୍ଗ ଏଜେନ୍ସି (ଡବ୍ଲୁ୍ୟଏଡିଏ) ଦ୍ୱାରା ନିର୍ଦ୍ଧାରିତ ଆନ୍ତର୍ଜାତିକ ମାନ ଅନୁପାଳନକୁ ସମର୍ଥନ କରୁଛି ।
