Home ଓଡ଼ିଶା ବିଡିଏର ୪୩ତମ ପ୍ରତିଷ୍ଠା ଦିବସ : ‘ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଆମର ଲକ୍ଷ୍ୟ’ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୩ତମ ପ୍ରତିଷ୍ଠା ଦିବସ ସୋମବାର ଜୟଦେବ ଭବନରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ସୁଲୋଚନା ଦାସ, ଏକାମ୍ର ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ବିଡିଏ ଉପାଧ୍ୟକ୍ଷ ଡା.ଏନ୍ ତିରୁମାଲା ନାୟକ,ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଓ ବିଡିଏ କର୍ମଚାରୀ ଇଉନାଇଟେଡ଼ ଫୋରମର ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣରେ ଭୁବନେଶ୍ୱରର ଦ୍ରୁତ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନଜରରେ ରଖି ସହରୀ ଯୋଜନାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ସେ ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ସହରରେ ରୂପାନ୍ତରିତ କରିବାର ସ୍ୱପ୍ନ ସହିତ, ସହରର ଅଭିବୃଦ୍ଧି, ରାଜଧାନୀରେ ନିଜର ସ୍ୱପ୍ନର ଘର ଗଢ଼ିବା ପାଇଁ ଚାହୁଁଥିବା ଲୋକଙ୍କ ସ୍ୱପ୍ନକୁ ସଫଳ କରିବା ଦିଗରେ ବିଡିଏର ପ୍ରତିବଦ୍ଧତା ବିଷୟରେ ସେ କହିଥିଲେ । ଏବଂ ପରିବେଶର ସବୁଜିମା ସଂରକ୍ଷଣ ଏବଂ ସ୍ୱେରେଜ୍ ତଥା ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନୟନ ଆଣିବା ପାଇଁ ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ମେୟର ଶ୍ରୀମତୀ ସୁଲୋଚନା ଦାସ ଭୁବନେଶ୍ୱରକୁ ସମସ୍ତଙ୍କ ପାଇଁ ଉପଯୁକ୍ତ ସହରରେ ଗଢ଼ିବାରେ ବିଡିଏର ମୁଖ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ। ସହରର ଦ୍ରୁତ ଅଭିବୃଦ୍ଧି ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରାଞ୍ଚଳ ବାସହୀନଙ୍କୁ ଆଶ୍ରୟ ପ୍ରଦାନ କରୁଥିବା ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେବାକୁ ଏକାମ୍ର ବିଧାୟକ ବାବୁ ସିଂହ ବିଡିଏକୁ କହିଥିଲେ । ବିଡିଏ ଉପାଧ୍ୟକ୍ଷ ସହରର ବ୍ୟାପକ ବିକାଶ ଓ ବାସିନ୍ଦାଙ୍କ ଜୀବନଧାରଣ ମାନ ବୃଦ୍ଧି ଦିଗରେ କର୍ତ୍ତୃପକ୍ଷଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ବିଡିଏ କର୍ମଚାରୀ ଇଉନାଇଟେଡ଼ ଫୋରମର ସଭାପତି ସମୀର ମହାନ୍ତି ବିଡିଏ କର୍ମଚାରୀଙ୍କ ପାଇଁ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି ଦୋହରାଇଛନ୍ତି । ଏହି ଅବସରରେ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ। ମାନ୍ୟବର ମନ୍ତ୍ରୀ ବିଡିଏର ବାର୍ଷିକ ବିବରଣୀ ଉନ୍ମୋଚନ କରିଥିଲେ । ଶେଷରେ ବିଡିଏର ଅତିରିକ୍ତ ଆୟୁକ୍ତ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟପଟେ ଆଜି ପ୍ରତିଷ୍ଠା ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କଳିଙ୍ଗ ବିହାର କେ୯ବି ଅଞ୍ଚଳରେ ଏକ ଖେଳପଡ଼ିଆ ଓ ପାର୍କର ଉଦଘାଟନ କରିଥିଲେ । ଏହି ଖେଳପଡ଼ିଆ ୨.୩ ଏକର ଏବଂ ପାର୍କ ୧.୩୬ ଏକର ଜାଗାରେ ନିର୍ମିତ ହୋଇଛି। ଉଭୟ ପ୍ରକଳ୍ପ ମିଳିତ ଭାବେ ପ୍ରାୟ ୫.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସଂଯୋଜିତ ପାର୍କ ଓ ଖେଳପଡ଼ିଆରେ ସ୍ପ୍ରିଙ୍କଲର ଜଳସେଚନ ବ୍ୟବସ୍ଥା, ଭୂମିଗତ ଜଳ ଭଣ୍ଡାର, ଚାରିପାଖରେ ଚେନ୍ ଲିଙ୍କ ସହିତ କାନ୍ଥ, ଶୌଚାଳୟ, ଚେଞ୍ଜିଂ ରୁମ୍, ଓପନ ଜିମ୍, ଯୋଗ ପିଣ୍ଡି ଏବଂ ଚାଲିବା ପାଇଁ ଟ୍ରାକ୍ ଭଳି ଅନେକ ସୁବିଧା ରହିଛି । ଅନ୍ୟପଟେ ବିଡିଏ ପକ୍ଷରୁ ବର୍ତ୍ତମାନ କେ୯ବି ଖେଳପଡ଼ିଆ ସମେତ ମୋଟ ୨୦ଟି ଖେଳପଡ଼ିଆ ପ୍ରାୟ ୯୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛି। ବାକି ୧୯ଟି ଖେଳପଡ଼ିଆର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ଏହି ଉତ୍ସବରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏବଂ ବିଡିଏ ଉପାଧ୍ୟକ୍ଷ ଡା.ଏନ୍ ତିରୁମାଲା ନାୟକ ଓ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଟାଙ୍ଗିସାହି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ by Proprietor Abhimanyu Maharana August 8, 2026 1.6 Crore women and children to get deworming dose in Odisha by Proprietor Abhimanyu Maharana August 8, 2026 ଓଡ଼ିଶାରେ ୧.୬ କୋଟି ମହିଳା ଓ ଶିଶୁଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ ୧୦ ଅଗଷ୍ଟରେ ପ୍ରଥମ ପର୍ଯ୍ୟାୟ କୃମିନାଶକ ଏବଂ ଭିଟାମିନ୍ - ଏ ଅଭିଯାନ by Proprietor Abhimanyu Maharana August 8, 2026 ଏଜିଏମ ହାଉସିଂ ଗ୍ରୁପ୍ ଏବଂ ହର୍ଷପ୍ରିୟା ଗ୍ରୁପ୍ ର ଭୁବନେଶ୍ୱରରେ ଏକ ଐତିହାସିକ ବିଲାସବହୁଳ ଆବାସିକ ପ୍ରକଳ୍ପ 'କ୍ବାଲା' ର ଶୁଭାରମ୍ଭ by Proprietor Abhimanyu Maharana August 8, 2026 AGM Housing Group 'Harshpriya Group Launch 'QALA' – A Landmark Luxury Residential Development in Bhubaneswar by Proprietor Abhimanyu Maharana August 8, 2026 ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana August 8, 2026