ବଜ୍ରପାତ ଜନିତ ଦୁର୍ଘଟଣା ସଚେତନତା ଶିବିର

ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :-  ବାଣପୁର ବ୍ଲକ ଅନ୍ତର୍ଗତ ମାଣିକପୁର ସ୍ଥିତ ସାଳିଆ ବିଦ୍ୟା ନିକେତନର ଛାତ୍ରଛାତ୍ରୀ ମାନଙ୍କ ଙ୍କୁ ନେଇ ଏକ ବଜ୍ରପାତ ଜନିତ ଦୁର୍ଘଟଣା ର ସଚେତନତା ଶିବିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ପରିଡ଼ା ପାଠାଗାର ର ସଞ୍ଚାଳକ ତଥା ଶିକ୍ଷା ଵିତ୍ ଗୋଲକ ବିହାରୀ ପରିଡ଼ା, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,

ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଅଶୋକ କୁମାର ଜେନା,ମା ଭଗବତୀ କଳା ନିକେତନ ର ସଞ୍ଚାଳିକା ବିଷ୍ଣୁ ପ୍ରିୟା ବାରିକ ପ୍ରମୁଖ ଯୋଗଦେଇ ବଜ୍ରପାତ ଜନିତ ଦୁର୍ଘଟଣା ମ୍ରୃତ୍ୟୁ କିଭଳି ସମାଜର ମାନଵ ସମ୍ବଳ ବିନାଶ ର କାରଣ ହେଉଛି ସେ ସମ୍ପର୍କରେ ଆଲୋକପାତ କରି ସମାଜରେ ସଚେତନତା ସୃଷ୍ଟି କରିବା ସହ ଏହି ପ୍ରାକୃତିକ ବିପଦର ପ୍ରତିକାର ସ୍ବରୂପ ପର୍ଯ୍ୟାପ୍ତ ପରିମାଣରେ ତାଳ ଗଛ ର ରୋପଣ ପାଇଁ ଆହ୍ଵାନ ଦେଇ ଥିଲେ ।

ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶଶୀକାନ୍ତ ମହାନ୍ତି ଅତିଥି ମାନଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ସଚେତନତା ଶିବିର ର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏହା ପରେ ପ୍ରଶିକ୍ଷକ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ଛାତ୍ରଛାତ୍ରୀ ମାନଙ୍କୁ ବିଶଦ ଭାବେ ବଜ୍ରପାତ ଜନିତ ଦୁର୍ଘଟଣା ର ପ୍ରତିକାର ର ବିଭିନ୍ନ ପଦ୍ଧତି ଉପରେ ବୁଝାଇ ଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସମ୍ପୃର୍ଣ ସହାୟତା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ଵାରା ତାଳଚାରା ରୋପଣ କରାଯାଇଥିଲା ।

Exit mobile version