ଗଜପତି ଜିଲ୍ଳା ଆଇନ ସେବା ପ୍ରାଧିକରଣ ପକ୍ଷରୁ କାଶୀନଗର ବାରଣାସୀ ସରକାରୀ ହାଇସ୍କୁଲ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :-  ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତିଙ୍କ ପକ୍ଷରୁ ଶନିବାର ସକାଳ ୯ ଟାରେ କାଶିନଗର ବାରାଣସୀ ସରକାରୀ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଲା । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କର ଦୈନନ୍ଦିନ ଜୀବନରେ ଆଇନର ପ୍ରାୟୋଗିକ ଗୁରୁତ୍ୱକୁ ଅବଗତ କରାଇବା ଥିଲା ।

ସଭାର ଅଧ୍ୟକ୍ଷତା ଶ୍ରୀ ବିମଳ ରାଉଳ, ସଚିବ, ଡିଏଲଏସଏ, ଗଜପତି କରିଥିଲେ । ସେ ଛାତ୍ରଛାତ୍ରୀଙ୍କୁ ବିଧିର ମୂଳ ଅବଧାରଣା, ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ । ସେ ସଚେତନ ଓ ଦାୟୀତ୍ୱପରାୟଣ ନାଗରିକ ଭାବେ ଛାତ୍ରଛାତ୍ରୀଙ୍କୁ ଗଢ଼ିଉଠିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

କାର୍ୟକ୍ରମରେ ଶ୍ରୀ ଗୁମ୍ମୁଡୁ ଚିଟି ବାବୁ, ବରିଷ୍ଠ ଆଇନଜୀବୀ, ପାରଲାଖେମୁଣ୍ଡି ବାର ଅସୋସିଏସନ; ଶ୍ରୀମତୀ ନର୍ମଦା ଦାସ, ଏବିଇଓ, କାଶିନଗର; ଓ ଶ୍ରୀ ଆର. ଦିଲୀପ କୁମାର, ମୁଖ୍ୟଶିକ୍ଷକ, ବାରାଣସୀ ସରକାରୀ ବିଦ୍ୟାଳୟ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତ ଅତିଥିବର୍ଗ ବିଭିନ୍ନ ବିଧି ପ୍ରାବଧାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ଜ୍ଞାନ ଦେଇଥିଲେ ।

Exit mobile version