Home ଓଡ଼ିଶା କଳାକାରମାନଙ୍କର ବିଭିନ୍ନ ସମସ୍ୟା ଦାବୀ ନେଇ କଟକରେ ଏକାଠି ହେଲେ : ବନ୍ଦେ ଉତ୍କଳ ମହାସଂଘର ବହୁ କର୍ମକର୍ତ୍ତା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି:ପ୍ର ) :- ରାଜ୍ୟରେ ଥିବା ବହୁ ଅସହାୟ, ଦୁସ୍ଥ , ଅବହେଳିତ , କଳାକାରମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି କଟକର ଜୁଡ଼ିସିଆଲ ଏକାଡେମୀ ଛକ ନିକଟରେ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଦେ ଉତ୍କଳ ମହାସଂଘର ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବନ୍ଦେ ଉତ୍କଳ ମହାସଂଘର ସାଧାରଣ ସଂପାଦକ ବିନୋଦ କୁମାର ଭୋଇ, ମୁଖ୍ୟ ବକ୍ତା ଭାବେ କଟକ ମହାନଗର ଶାଖାର ଉପଦେଷ୍ଠା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ମିଶ୍ର, ଏବଂ ସମ୍ମାନୀତ ଅତିଥିଭାବେ ଶ୍ରୀ ଯୁକ୍ତ ଅଜୟ କୁମାର ମୁଦୁଲି, ସଙ୍ଗଠନ ସଂପାଦକ ଶ୍ରୀଯୁକ୍ତ ସୋମନାଥ ଦାସ, ପାଲା ଗାୟକ ମଞ୍ଜୁଳ ଜଗନ୍ନାଥ ସିଂ, ଆଇନଜୀବୀ ବିଶ୍ଵନାଥ ଦାସ, କଟକ ନଗର ସଭାପତି ପ୍ରତାପ କିଶୋର ସିଂହ, ନିହାର ରଞ୍ଜନ ସାମନ୍ତରାୟ,ରାମ ଲୀଳା ସମିତିର ସଭାପତି ଅକ୍ଷୟ କୁମାର ସିଂହ, ସଂପାଦକ ଶ୍ରୀକାନ୍ତ ଦାସ, ନିର୍ଦ୍ଦେଶକ ପ୍ରଶାନ୍ତ ଦାସ, କୋଷାଧ୍ୟକ୍ଷ ମନୋରଂଜନ ବେହେରା, ବିଜୟ ବେହେରା, ବୈଦ୍ୟନାଥ ମହାରଣା, ଆନନ୍ଦ ଦାଶ, ଦିଲ୍ଲୀପ ଦଳେଇ, ପ୍ରମୂଖ ସମେତ କମିଟିର ବହୁ କର୍ମକର୍ତ୍ତା ଓ ଲୋକ କଳାକାରମାନେ ଯୋଗ ଦେଇ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । କଟକ ମହାନଗର ଶାଖା, ସମେତ ରାଜ୍ୟର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଅସହାୟ ଅବହେଳିତ କଳାକାରମାନଙ୍କୁ ସରକାର ସେମାନଙ୍କର ସମସ୍ୟାଗୁଡିକର ହକ ଦାବିରୁ ବଞ୍ଚିତ କରୁଥିବାରୁ ସେଥି ନେଇ ବନ୍ଦେ ଉତ୍କଳ ମହାସଂଘରେ ସାମିଲ ହୋଇ ଥିବା ଶତାଧିକ କଳାକାରମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଆଉ ମଧ୍ୟ କଳାକାରମାନଙ୍କୁ ଚିହ୍ନଟ କରିବାରେ ସରକାର ଟାଳ ଟୁଳ ନୀତି ଆପଣେଇ ଥିବାରୁ କଳାକାରଙ୍କୁ ସ୍ବାସ୍ଥ୍ୟ ବୀମା, ମାସିକ ଭତା , ସମେତ ବାସଗୃହ, ଜମି ସମେତ କଳାକାର ବୈଠକ ଗୃହ ଯୋଗାଣ, କଟକ, ଭୁବନେଶ୍ୱରର ଏବଂ ପୁରୀରେ ଠାରେ ବିଶ୍ରାମ ଗୃହ ନିର୍ମାଣ କରିବା ଇତ୍ୟାଦି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନ ଥିବାରୁ ଉକ୍ତ ବୈଠକରେ ବିସ୍ତୃତ ଆଲୋଚନା କରିବା ସହ କଳାକାରଙ୍କର ଏହି ସବୁ ସମସ୍ୟାର ଦୁଃଖ ପ୍ରତି ସରକାର ବିଚାର କରି ଏହାର ତୁରନ୍ତ ସମାଧାନ କରିବା ପାଇଁ ଦାବୀ କରାଯାଇଅଛି । ଏହି ବୈଠକରେ କଟକ ନଗର ସମେତ ରାମଲୀଳା ପ୍ରଚାର ସମିତି , ଚାନ୍ଦିନୀ ଚୌକି ପାଲା ଗାୟକ ସଂଘ, ଭାଗବତ କଳାକାର କମିଟି, ଭଜନ ଜଣାଣ ସଙ୍ଗଠନ, ଆଦି ଶତାଧିକ ବିଭିନ୍ନ ଲୋକ କଳାକାରମାନେ ଯୋଗ ଦେଇଥିଲେ , ସେପ୍ଟେମ୍ବର ମାସ ୬ ଏବଂ ୭ ତାରିଖରେ ପୁରୀରେ ହେବାକୁ ଥିବା ଦୁଇଦିନିଆ କଳାକାର ଉତ୍ସବରେ ବହୁ ସଂଖ୍ୟାରେ କଳାକାରମାନେ ଯୋଗ ଦେଇ ସେମାନଙ୍କର କଳା ପରିବେଷଣ କରିବା ପାଇଁ ମତ ପ୍ରକାଶ କରିଥିଲେ । ବୈଠକର ଶେଷରେ ବନ୍ଦେ ଉତ୍କଳ ମହାସଂଘ, କଟକ ମହାନଗର ଶାଖାର ଉପଦେଷ୍ଟା ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଶ୍ରୀଯୁକ୍ତ ସଂଯୋଜ କୁମାର ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ରାଜ୍ୟର ସମସ୍ତ କଳାକାର ଏକାଠି ହେବାକୁ ସେ ନିବେଦନ କରିଥିଲେ । ଏହି ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘ ରାଜ୍ୟରେ ଏକ ପ୍ରମୁଖ ସଂଗଠନ ଭାବେ ଗଢି ଉଠିବ ବୋଲି ଦୃଢ ତାର ସହ ଆଇନଜୀବୀ ଶ୍ରୀଯୁକ୍ତ ସାମନ୍ତରାୟ ମତ ପ୍ରକାଶ କରିଥିଲେ । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍ Related Content Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 5, 2026