ନେହେରୁ ଯୁବ କେନ୍ଦ୍ର ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ

କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :-  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଖେଳ ପଡିଆରେ ମାଇ ଭାରତ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ମିଳିତ ଆନୁକୁଲ୍ୟରେ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରିଡ଼ା ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ନର୍ଲା ଜୋନ ସଦସ୍ୟ ହରିଶଙ୍କର ମାଝୀ ଏବଂ ସମ୍ମାନୀତ ଅତିଥି ଭାବେ ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ , ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ,ସାନଗୁଣ୍ଡୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ, ଉକ୍ତ ଅନୁଷ୍ଠାନ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପ୍ରମୋଦ ଚନ୍ଦ୍ର ଭୋଇ ଓ ଶରତ ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଦିବସ ଅବସରରେ ସରିଆଁ ଓ ରାକ୍ସି ମଧ୍ୟରେ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।ଏହି ମ୍ୟାଚରେ ଦୁଇଟି ଦଳ ୧-୧ ଗୋଲରେ ସମାନ ହୋଇଥିଲେ ଏବଂ ଖେଳ ଶେଷ ହୋଇଥିଲା । ଖେଳରେ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଦୀପକ ମୁର୍ମୁ ପାଇଥିଲେ ।

ତାପରେ ୧୦୦ ମିଟର ଦୌଡ ପ୍ରତିଯୋଗୀତା ହୋଇଥିଲା । ଏଥିରେ ପ୍ରଥମ ସ୍ଥାନ ଓଁକାର ମାଝୀ, ଦ୍ୱିତୀୟ ସ୍ଥାନରେ ଚନ୍ଦ୍ରମଣି ମାଝୀ ଓ ତୃତୀୟ ସ୍ଥାନ କମଳାକାନ୍ତ ମାଝୀ ଅଧିକାର କରିଥିବା ପ୍ରତିଭାଗିକୁ ପୁରସ୍କୃତ କରାଯାଇ ଥିଲା। ଏହି ପରିପେକ୍ଷୀରେ ରାଜ୍ୟସ୍ତରୀୟ ଭଲିବଲ୍ ଖେଳାଳି ମିହିର କୁମାର ଭୋଇଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ସମସ୍ତ ବିଜେତା ଖେଳାଳୀଙ୍କୁ ଅତିଥି ମାନଙ୍କ ହାତରୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ , କୋଷାଧ୍ୟକ୍ଷ ସୌମ୍ୟ ରଂଜନ ସାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

Exit mobile version