ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସତ୍ଯବାଦୀ ଥାନା ବୀରଗୋବିନ୍ଦପୁର ଛକରେ ଶୁକ୍ରବାର ମଧ୍ଯ ରାତିରେ ଦୁଇଜଣ ବ୍ଯକ୍ତି କାରରେ ଆସି ଚୋରି ଉଦ୍ଦେଶ୍ଯରେ ଅଟକି ଥିଲେ । ଏ ସମ୍ପର୍କରେ ଖବର ପାଇ ସତ୍ଯବାଦୀ ଥାନା ପୋଲିସ ଜଣକୁ ଧରିବା ସହ ତାପାଖରୁ ଦେଶୀ ବନ୍ଧୁକ ଜବତ କରିଥିଲା ।
ଏହାସହ ଚୋରି ପାଇଁ ବ୍ଯବହୃତ ହୋଇଥିବା ହୋଣ୍ଡା ସିଟି କାର ଜବତ କରିଛି ଅଭିଯୁକ୍ତ ଜଣକ ହେଲେ ଚନ୍ଦନପୁର ଥାନା ଅର୍ନ୍ତଗତ ଜୀରାଖଣ୍ଡି ଗ୍ରାମର ଅକ୍ଷୟ କୁମାର ରାଉତ (୨୯) । ଏ ସମ୍ପର୍କରେ ସତ୍ଯବାଦୀ ଥାନାରେ ୨୯୩/୨୫ରେ ମାମଲା ରୁଜୁ ହୋଇ ବିଏନଏସ ୩୧୨ ଧାରା ଓ ୨୫ ଆର୍ମ ଆକ୍ଟ ଲାଗୁ କରାଯାଇଛି । ଅଭିଯୁକ୍ତଙ୍କ ପୂର୍ବରୁ ସତ୍ଯବାଦୀ ଥାନା, ଚନ୍ଦନପୁର ଥାନା ଓ ବାସେଳି ସାହି ଥାନାରେ ମାମଲା ରହିଛି ଆଜି ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି l

