ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେବାୟତ ଙ୍କ ଧାରଣା ; ନିୟମ ଖିଲାପ କରୁଛନ୍ତି ରାଜ୍ୟ ସରକାର – କଟକଣା ରଦ୍ଦ ହେଉ

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ରଣପୁର ,ରିପୋର୍ଟ /ଅଭିମନ୍ୟୁ :- ମହାମାରି କରୋନା ର ପ୍ରକୋପ ଯୋଗୁ ଗତ ମାର୍ଚ୍ଚମାସ ୨୦ ତାରିଖ ଠାରୁ ସାରା ଦେଶରେ ଧର୍ମାୁଷ୍ଠାନ ଗୁଡିକ ରେ ଭକ୍ତ ମାନଙ୍କ ପ୍ରବେଶ ବାରଣ କରାଯାଇଛି । କିଛି ପାଳିଆ ସେବକ ଙ୍କ ଦ୍ୱାରା ମନ୍ଦିର ରେ ନୀତି କାନ୍ତି କରାଯାଉଛି । ପରେ କେନ୍ଦ୍ରସରକାର ଙ୍କର ନିର୍ଦ୍ଦଶରେ ଗତ ଜୁନମାସରୁ ଧର୍ମାନୁଷ୍ଠାନ ଖୋଲିଥିବାବେଳେ ଓଡିଶା ସରକାର ଏପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ଖୋଲି ନାହାନ୍ତି । ପ୍ରତିଦିନ ମନ୍ଦିର ରେ ଭକ୍ତ ପ୍ରବେଶ ହେଉଥିବାରୁ ଭକ୍ତମାନଙ୍କ ର ଦାନ ଓ ଦକ୍ଷୀଣାରେ ସେବାୟତ ମାନେ ଲାଭବାନ ହୁଅନ୍ତି । ଏହି ଅର୍ଥରେ ସେମାନେ ସେମାନଙ୍କ ପରିବାର ପ୍ରତିପୋଷଣା କରନ୍ତି ।

କିନ୍ତୁ ରାଜ୍ୟସରକାର ଦୀର୍ଘ ୬ ମାସ ଧରି ଜଗନ୍ନାଥ ମନ୍ଦିର ବନ୍ଦ କରିଥିବାରୁ କୌଣସି ଭକ୍ତ ମନ୍ଦିର କୁ ଦର୍ଶନ ପାଇଁ ଯାଇପାରୁନାହାନ୍ତି । ଯାହାଦ୍ୱାରା ସେବାୟତ ମାନେ କ୍ଷତି ଗ୍ରସ୍ତ ହେଉଛନ୍ତି । ସେପ୍ଟେମ୍ବରମାସ ରୁ ରାଜ୍ୟସରକାର ଙ୍କର ଦୋକାନ ବଜାର , ଅଫିସ ଓ ଗାଡିମଟର ଯାତାୟତ ସହ ମଦ ଦୋକାନ ଖୋଲିଥିବାବେଳେ ମନ୍ଦିର କୁ ଖୋଲିବାକୁ ଅନୁମତି ଦେଇନାହାନ୍ତି । ଏପରିକି ଦୀର୍ଘ ୬ ମାସ ଧରି ପାଳିଆ ସେବକ ମାନେ ଭକ୍ତ ଙ୍କ ଠାରୁ ଟଙ୍କାଟିଏ ମଧ୍ୟ ପାଇନାହାନ୍ତି । ରଣପୁର ଜଗନ୍ନାଥ ମନ୍ଦିର ସେବାୟତ ଙ୍କ ରଥଯ୍‌ାତ୍ରା ବେଳେ ଅର୍ଥ ରୋଜଗାର କରୁଥିବାବେଳେ ଚଳିତ ବର୍ଷ ରଥ ଯାତ୍ରା ବନ୍ଦ ହୋଇଯାଇଥିଲା । ଯହାଫଳରେ ସେମାନେ କ୍ଷତିଗ୍ରସ୍ତ ହୋଇଥିଲେ । ସରକାର ବିଭିନ୍ନ ବର୍ଗଙ୍କ ପାଇଁ ଅର୍ଥ ଅନୁଦାନ ପ୍ରଦାନ କରିଥିବାବେଳେ ସେବାୟତ ଙ୍କ ପାଇଁ କିଛି ଚିନ୍ତା କରିନାହାନ୍ତି ।

ସେଥିପାଇଁ ଆଜି ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ସେବାୟତ ମାନେ ଏକତ୍ରୀତ ହୋଇ କରୋନା କଟକଣା ମାଧ୍ୟରେ ମନ୍ଦିର ଖୋଲିବା ପାଇଁ ଦାବି କରିଛନ୍ତି । ରାଜ୍ୟ ତରଫରୁ ସେବାୟତ ସଙ୍ଘ ଗଠନ କରାଯାଇ ରାଜ୍ୟସରକାର ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦଶ ଦେବା ପଯ୍ୟନ୍ତ ପ୍ରତ୍ୟେ ଦିନ ସକାଳ ୯ଠାରୁ ୧୨ ପର୍ଯ୍ୟନ୍ତ ଧାରଣ ଦିଆଯିବ ବୋଲି ରାଜ୍ୟଉପସଭାପତି ହରିହର ନନ୍ଦ ମତ ଦେଇଛନ୍ତି । ଆଜି ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ପୂଜାପଣ୍ଡା ପ୍ରଫୁଲ କୁମାର ନନ୍ଦ , ଗୋପାଳ ଚନ୍ଦ୍ର ରଥ , ଗୋପାଳ ଚନ୍ଦ୍ର ତ୍ରୀପାଠୀ , ପ୍ରମୋଦ ପଢିଆରୀ , ଭିକ ରଥ , କୃର୍ଷଂଚନ୍ଦ୍ର ପଣ୍ଡା ଓ ବାମନ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version