ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀର ପ୍ରସିଦ୍ଧ କ୍ରୀଡା ଅନୁଷ୍ଠାନ ଝାଡେଶ୍ବରୀ କ୍ଲବ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଶ୍ରୀ ମା ଯୋଗ ମନ୍ଦିର ଓ ହେଲଥ ପଏଣ୍ଟ ମିଳିତ ସହଯୋଗରେ ଏହି ଉତ୍ସବ ପାଳିତ ହୋଇଥିଲା । ପ୍ରଥମ ରାଜ୍ୟସ୍ତରୀୟ ସଂଗୀତ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବର୍ଗର ପ୍ରତିଯୋଗୀ ମାନଙ୍କ ମଧ୍ଯରେ ମିନି, ଉପ କନିଷ୍ଠ, କନିଷ୍ଠ, ବରିଷ୍ଠ, ଏବଂ ବୟସ୍କ ପ୍ରାୟ ୧୫୦ ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । 
କିଟ୍ ବିଶ୍ବବିଦ୍ଯାଳୟର ଯୋଗ ପ୍ରାଧ୍ୟାପକ ଡଃ ଶାନ୍ତାମତି ଦାଶ, ଜାତୀୟ ବିଚାରକ ମମତା ମହାନ୍ତି,ସଞ୍ଜୟ କୁମାର ପଣ୍ଡା, ସରୋଜ କୁମାର ମହାପାତ୍ର ଓ ଝାଡେଶ୍ୱରୀ କ୍ଲ ର ବରିଷ୍ଠ ପ୍ରଶିକ୍ଷକ ସଞ୍ଜୟ କୁମାର ମିଶ୍ରଙ୍କୁ ଯୋଗ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗିରିଜା ଶଙ୍କର ଶତପଥୀ, ରଞ୍ଜନ କୁମାର ପାତ୍ର, ବସନ୍ତ କୁମାର ଖିଲାର୍, ଦିଲ୍ଲୀପ କୁମାର ଦାଶ,ଇଂ ମନସ୍ୱୀନୀ ମିଶ୍ର ଙ୍କୁ ସୁ ବିଚାରକ ସମ୍ମାନ ପ୍ରଦାନ କରାଯାଇଥିଲା ।
