ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଏକ ଅଗ୍ରଣୀ ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନୀ ଏଚସିଏଲଟେକ୍ ଭୁବନେଶ୍ୱରରେ ଗ୍ରାଜୁଏଟମାନଙ୍କୁ ଏହାର ଟେକ୍ବି ୟର୍ଲି କ୍ୟାରିୟର ପ୍ରୋଗ୍ରାମ ପ୍ରଦାନ କରିବା ଏବଂ ଟେକ୍ନୋଲୋଜି ଶିଳ୍ପରେ କ୍ୟାରିୟର କରିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଯୋଜନା ରଖିଛି । ଟେକ୍ବି ହେଉଛି ଏକ ପରିବର୍ତନଶୀଳ ପଦକ୍ଷେପ ଯାହାକୁ ହାଇସ୍କୁଲ ଗ୍ରାଜୁଏଟଙ୍କ ପାଇଁ ଡିଜାଇନ କରାଯାଇଛି । ଏହା ଏକ ସ୍ୱତନ୍ତ୍ର ‘ୟର୍ଣ୍ଣ ହ୍ୱାଇଲ ୟୁ ଲର୍ଣ୍ଣ’ ମଡେଲ ପ୍ରଦାନ କରୁଛି ଯାହା ଉଚ୍ଚଶିକ୍ଷା ପାଇଁ ପହଂଚ ସହିତ ପ୍ରଯୁକ୍ତିବିଦ୍ୟା ପ୍ରଶିକ୍ଷଣକୁ ଏକତ୍ରିତ କରିଥାଏ ।
