Home ଓଡ଼ିଶା ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା ହେଲେ ଭିତିଭୂମିର ଅଭାବ ଯୋଗୁଁ – ଗଜପତିରେ ଗୋଟିଏ ଶ୍ରେଣୀ ପ୍ରକୋଷ୍ଠରେ ୩ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ନେଇ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରି ଆଦିବାସୀ ବହୁଳ ଦୁର୍ଗମ ଏହି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ନିକଟତର କରିବା ପାଇଁ ବହୁ ପ୍ରୟାସ ଓ ଯୋଜନା କାର୍ଯ୍ୟକାରୀ କରିଛନ୍ତି. କିନ୍ତୁ ଗଜପତି ଜିଲ୍ଲାରେ ଭିତ୍ତିଭୂମିର ଅଭାବ ଯୋଗୁଁ ଗୋଟିଏ ଶ୍ରେଣୀ ପ୍ରୋକଷ୍ଠରେ ୩ଜଣ ଶିକ୍ଷକ ଏକା ସମୟରେ ପାଠ ପଢାଉଛନ୍ତି. ଏଥିରୁ ସ୍ପଷ୍ଟଯେ, ଏହି ଜିଲ୍ଲାରେ କିପରି ଉତ୍ତମ ଶିକ୍ଷାଦାନ ଚାଲିଛି. ଯଦ୍ୱାରା ବିଶେଷକରି ଜିଲ୍ଲାର ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହେଉଥିବା ଦେଖାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତର ଦୁର୍ଗମ ଗ୍ରାମ କୋଣ୍ଡା ପାର୍ସମ୍ବା ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି. ବିଦ୍ୟାଳୟରେ ମୋଟ ୩୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ତିନି ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ବିଡମ୍ବନାର ବିଷୟ ଏହିକିଯେ ଗୋଟିଏ କଠୋରୀରେ ତିନିଜଣ ଶିକ୍ଷକ ଏକା ସମୟରେ ପାଠ ପଢାଉଛନ୍ତି. କିଭଳି ଭାବରେ ଶିକ୍ଷାଦାନ ଚାଲିଛି ତାହା ସଠିକ ଅନୁମେୟ କରାଯାଉଛି। ଏତଦବ୍ୟତୀତ ବିଦ୍ୟାଳୟରେ ପାନୀୟ ଜଳର ଅଭାବ ଦେଖାଯାଇଛି। ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଅନ୍ୟ ଜାଗାରୁ ପାଣି ଆଣୁଥିବା ରୋଷେୟା କହିଛନ୍ତି. ଶୌଚାଳୟରେ ପାଣିର ବ୍ୟବସ୍ଥା ହୋଇନଥିବା ଯୋଗୁଁ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ବିଦ୍ୟାଳୟରେ ପାଚେରୀ ମଧ୍ୟ ନାହିଁ। ଶିକ୍ଷକମାନେ ନିୟମିତ ଆସୁଥିଲେ ମଧ୍ୟ ଆବଶ୍ୟକୀୟ ଭିତ୍ତିଭୂମି ନଥିବା ହେତୁ ଶିକ୍ଷାଦାନ ନାମକୁ ମାତ୍ର ଚାଲିଛି. ଏନେଇ ସରକାର ଓ ଜିଲ୍ଲା ପ୍ରଶାସନ ଅତି ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି l Categories: ଓଡ଼ିଶା, ଗଜପତି, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026