ବ୍ରହ୍ମଗିରି : ସଡକ ଦୁର୍ଘଟଣାରେ ଜଣେ ମୃତ – ତିନି ଆହତ

ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- (ନି:ପ୍ର ) ଗୁରୁବାର ଦିନ ପୁରୀ-ସାତପଡ଼ା ଜାତୀୟ ରାଜପଥର ରାୟପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହେବା ସହିତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ରେବଣା ନୂଆଗାଁ ପ୍ରାଥମିକ ଗୋଷ୍ଠୀ ସ୍ୱlସ୍ତକେନ୍ଦ୍ରକୁ ନିଆଯାଇଥିଲା ।

ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ସ୍ୱlସ୍ତକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଖବର ନେବାରେ ଜଣାପଡିଛି ପୁରୀ ସାତପଡ଼ା ରାସ୍ତା ରାୟପୁର ଛକ ଠାରେ ପୁରୀ ପଟୁ ଆସୁଥିବା ଏକ ବେଟିରି ଟୋଟ ଅଟୋ କୁ ସାତପଡ଼ା ରୁ ପର୍ଯ୍ୟଟକ ନେଇ ଆସୁଥିବା (ଓଡ଼ି ୧୩ ଏସ ୦୦୪୯ ) ଏର୍ଟିଂଗା କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ଅଟୋ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାରରେ ଥିବା ଡ୍ରାଇଭର ଙ୍କ ସମେତ ତିନି ଜଣ ଗୁରୁତ୍ବର। ମୃତ ଯୁବକ ଜଣଙ୍କ ଅରଖକୁଦା ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁର ସ୍ୱରାଜ୍ୟ ବେହେରା (୩୫) ବୋଲି ଜଣାପଡିଛି ।  କାର ଡାଇଭର ଅଟୋକୁ ଧକା ଦେଇ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଛି । ଗାଡିଟିର ଆଗ ପଟ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି ।

ଗାଡି ଚାଳକ ଜଣଙ୍କ ନିଶା ଶକ୍ତି ଅବସ୍ଥାରେ ଥିବା କିଛି ସ୍ଥାନୀୟ ଲୋକମାନେ କହିଛନ୍ତି । ଖବର ପାଇଁ ଅରଖକୁଦା ମେରାଇନି ଥାନା ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଯାକ ଗାଡି ଯବତ କରିଛି । କେଉଁ କାରଣରୁ ଦୁର୍ଘଟଣା ହୋଇଛି ଏହି ଘଟଣାର ଅନୁସନ୍ଧାନ କରୁଥିବା ପୋଲିସ କହିଛି ।

Exit mobile version