Home ଓଡ଼ିଶା ନାଟ୍ୟଗୁରୁ ଧୃବଚରଣ ପାତ୍ର କଳା ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ବୀଣାପାଣି ଶିଶୁ ବିଦ୍ୟାନିକେତନ ସୋଧୁଅ, ନରଦା ପରିସରରେ “ନାଟ୍ୟଗୁରୁ ଧୃବ ଚରଣ ପାତ୍ର କଳା ସଂସଦ” ର ପ୍ରଥମ ବାର୍ଷିକ ସାରସ୍ବତ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟ ଗୁରୁ ଧୃବଚରଣ ପାତ୍ର କଳା ସଂସଦର ସଭାପତି ବିଭୂତି ଭୁଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟଦେବ ନିର୍ବାଚନ ମଣ୍ଡଳୀର ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମାଗୁଣି ଚରଣ ସେଠୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବିନୋଦ କୁମାର ଭୋଇ , ଏବଂ କବି ବିପିନ ବିହାରୀ ଦାସ ପ୍ରମୁଖ ଯୋଗ ଦେଇ ନୃତ୍ୟ ଓ ସଂଗୀତ କଳା ହେଉଛି ଏମିତି ଏକ ଔଷଧ ଯାହାକି ମୁର୍ମୂଷ ଅବସ୍ଥାରେ ଥିବା ରୋଗାକ୍ରାନ୍ତ ମଣିଷକୁ ଶ୍ରବଣ ଦ୍ଵାରା ଆରୋଗ୍ୟ କରି ଥାଏ , ଏଥି ପ୍ରତି ନୃତ୍ୟ ଓ ସଂଗୀତ ମଣିଷ ଜୀବନରେ ଅତ୍ୟା ଆବଶ୍ୟକ ହୋଇପଡିଛି। ଆଉ ମଧ୍ୟ ଏହି କଳା ସଂସଦ ଅନୁଷ୍ଠାନ ଛାତ୍ର ଛାତ୍ରୀମାନଙ୍କୁ ଓଡିଶୀ ନୃତ୍ୟ, ସଂଗୀତ, ଗୋଟି ପୁଅ ନୃତ୍ୟ ପ୍ରଭୁତି ବିଭିନ୍ନ କଳା ଶିକ୍ଷାଦାନ କରି ବହୁ ପ୍ରଶଂସନିୟ ହୋଇପାରିଛନ୍ତି ବୋଲି କହିଛନ୍ତି । ଅନୁଷ୍ଠାନର ସଂପାଦକ ତଥା ବିଶିଷ୍ଟ କବି ଓ ଲେଖକ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲାବେଳେ ଓଡିଶୀ ନୃତ୍ୟ ଗୁରୁ ଛନ୍ଦାରାଣୀ ମହାନ୍ତି ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ କଳାକାରଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ,ସଂଗୀତ ପରିବେଷଣ କରାଯାଇଥିଲା । ଉତ୍ସବର ଏହି କଳା ପ୍ରଦର୍ଶନରେ ଭାଗ ନେଇ ବିଭିନ୍ନ କଳା ପରିବେଷଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥମାନଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏବଂ ଅଭିଭାବମାନେ ଯୋଗ ଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026