ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ନୂଆଖାଇ ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳାରେ ନୂଆଖାଇ ଶୁଭେଛା ଜଣାଇଛନ୍ତି । ବାଲିରେ ମା ସମଲେଇଙ୍କ କଳାକୃତି କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ଉନ୍ନତି ସହ ପ୍ରଗତି କାମନା କରିଛନ୍ତି ସୁଦର୍ଶନ। ଏହି ବାଲୁକା କଳାକୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡ ଲାଗିଥିବା ପରିଲକ୍ଷିତ ହୋଇଥିଲା ।
