ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁଣି ଶ୍ରୀମନ୍ଦିର ଭିତରୁ ଜଣେ ଭକ୍ତ ଚଷମା ରେ ସଂଯୁକ୍ତ ହୋଇଥିବା ଗୁପ୍ତ କ୍ୟାମେରା ଦେଖି ପୋଲିସ ଅଟକ ରଖିଛି |ସେହି ଭକ୍ତ ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ର ଅରୂପ ରାୟ(୩୧) ବୋଲି ଜଣାପଡିଛି | ବୁଧବାର ଦିନ ଏହି ଭକ୍ତ ଶ୍ରୀମନ୍ଦିର ର ଭିତର ଦୃଶ୍ୟ ଉଠାଉଥିବା ସୁରକ୍ଷା କର୍ମୀ ଜାଣିବା ପରେ ପଚରା ଉଚରା କରି ସିଂହଦ୍ୱାର ଥାନା ରେ ଅଟକ ରଖାଯାଇଛି| ଶ୍ରୀମନ୍ଦିର ଭିତର କାଠ ନିକଟରେ ଏହି ଫୋଟ ଉଠାଉଥିବା ଜଣାପଡିଥିଲା| ତାଙ୍କ ଚଷମା ଓ ମୋବାଇଲ ଫୋନ କୁ ପୋଲିସ ଯାଞ୍ଚ କରୁଛି l
