ପୁରୀ ବେଳାଭୂମି ବାଲିରେ ଦେଢ଼ ହଜାର ଲେମ୍ବୁ ବ୍ୟବହାର ହୋଇ ଲିମନଗଣେଶ ନିର୍ମିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ପୁରୀ ସ୍ୱର୍ଣ୍ଣାଭ ବେଳାଭୂମି ରେ ବାଲିରେ ନିର୍ମିତ ଲେମ୍ବୁ ଗଣେଶ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ବାଲିରେ ନିର୍ମିତ ଗଣେଶ ଙ୍କ ଉପରେ ଦେଢ଼ ହଜାର ଲେମ୍ବୁ ବ୍ୟବହାର କରାଯାଇଛି  l ଗଣେଶ ପୂଜା ଉପଲକ୍ଷେ ଏହି ବାଲୁକା କଳା ସୁଦର୍ଶନ ସ୍ୟାଣ୍ଡ ଆର୍ଟ ପକ୍ଷ ରୁ କରାଯାଇଛି l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ ଆତ୍ମନିର୍ଭରଶୀଳ ଭାରତ, ମେକ ଇନ ଇଣ୍ଡିଆ, ଲୋକାଲ ଫର ଭୋକାଲ ଚିତ୍ର ପ୍ରତିଫଳନ ହୋଇଛି l ଭଗବାନ ଗଣେଶ ସମସ୍ତଙ୍କୁ ଭଲରେ ରଖନ୍ତୁ କାମନା କରିଛନ୍ତି ସୁଦର୍ଶନ l ତାଙ୍କ ଟିମ ବହୁ ପରିଶ୍ରମ କରି ଏହି ବାଲୁକା କଳା ନିର୍ମାଣ କରିଛନ୍ତି l ସମୁଦ୍ରକୂଳେ ଏହି କଳା ଦେଖିବା ପାଇଁ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ ଭିଡ ଲଗାଇଛନ୍ତି l

Exit mobile version