୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ଭିନ୍ନକ୍ଷମମାନଙ୍କ ପାଇଁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଆବଶ୍ୟକତାକୁ ପୂରଣ କରିବ
ପ୍ରତିମାସରେ ବ୍ଲକ ସ୍ତରରେ ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟାଯିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ପାଠପଢାର ବ୍ୟବସ୍ଥା କରାଯାଉ
ଅତ୍ୟାଧୁନିକ ଉପକରଣର ବ୍ୟବହାର କରିବା ପାଇଁ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦେବା ଉପରେ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଦେଲେ ପରାମର୍ଶ
ସାମାଜିକ ସୁରକ୍ଷା ଅନ୍ତର୍ଗତ ପେନସନ ଓ ଦିବ୍ୟାଙ୍ଗଜନମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବିତରସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) :- ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଦିବ୍ୟାଙ୍ଗଜନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପବିତ୍ର ନୂଆଁଖାଇ ଅବସରରେ ସମ୍ବଲପୁର ବାଲିବନ୍ଧାରେ ପ୍ରାୟ ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ (ଏଆରସି) ଉଦଘାଟନ କରିଛନ୍ତି ।
