Home ଓଡ଼ିଶା ରାଜ୍ୟରେ ପ୍ରତ୍ୟକ୍ଷ ଛାତ୍ରସଂସଦ ନିର୍ବାଚନ ତାରିଖ ତୁରନ୍ତ ଘୋଷଣା କରିବା ଦାବିରେ ଏଆଇଡିଏସଓ ପକ୍ଷରୁ ଛାତ୍ର ବିକ୍ଷୋଭ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟରେ ପ୍ରତ୍ୟକ୍ଷ ଛାତ୍ରସଂସଦ ନିର୍ବାଚନ ତାରିଖ ତୁରନ୍ତ ଘୋଷଣା କରିବା ଦାବିରେ ଏଆଇଡିଏସଓ ପକ୍ଷରୁ ଆଜି ରାଜ୍ୟ ସଚିବାଳୟ ସମ୍ମୁଖରେ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଦୀର୍ଘ ବର୍ଷ ଧରି ରାଜ୍ୟରେ ବିଭିନ୍ନ କୁଯୁକ୍ତି ଆଳରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖାଯାଇଛି। ରାଜ୍ୟ ସରକାର ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ନିର୍ବାଚିତ ଛାତ୍ରସଂସଦ ଗଠନ କରିବା ଛାତ୍ରଛାତ୍ରୀମାନଙ୍କର ଏକ ସଂଗ୍ରାମଲବ୍ଧ ଅଧିକାର। ନବଜାଗରଣ ଯୁଗର ମନୀଷୀ ତଥା ଆମ ଦେଶର ସ୍ୱାଧୀନତା ସଂଗ୍ରାମର ବରେଣ୍ୟ ନେତାମାନେ ଗଣତାନ୍ତ୍ରିକ ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗଭାବେ ଛାତ୍ର ଓ ଶିକ୍ଷକମାନଙ୍କର ଗଣତାନ୍ତ୍ରିକ ଅଧିକାରର ଦାବି ଉତ୍ଥାପିତ କରିଥିଲେ। ସର୍ବପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୩୮ ମସିହା ଅକ୍ଟୋବର ୩୧ ତାରିଖ ଦିନ ଶିଲଂଠାରେ ତାଙ୍କର ଏକ ଐତିହାସିକ ଭାଷଣରେ ଛାତ୍ରଛାତ୍ରୀମାନଙ୍କର ନିଜସ୍ୱ ସଂଗଠନ ‘ନିର୍ବାଚିତ ଛାତ୍ର ସଂସଦ’ର ଦାବି ଉପସ୍ଥାପନ କରିଥିଲେ। ମାତ୍ର ଏହି ଅଧିକାରକୁ ଆମ ରାଜ୍ୟରେ ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବରେ କ୍ଷୁର୍ଣ୍ଣ କରାଯାଇଛି। ଯେତେବେଳେ ରାଜ୍ୟରେ ଶିକ୍ଷା ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସେତେବେଳେ ଛାତ୍ର ସଂସଦ ନିର୍ବାଚନକୁ ଷଡ଼ଯନ୍ତ୍ରମୂଳକ ଭାବେ ବନ୍ଦ ରଖାଯାଇଛି ବୋଲି ଛାତ୍ର ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ କହିଛନ୍ତି। ତେଣୁ ତୁରନ୍ତ ଛାତ୍ରମାନଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ସହ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବାକୁ ଦାବି କରାଯାଇଛି। ଆଜିର ଛାତ୍ର ବିକ୍ଷୋଭରେ ଏଆଇଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରା, ସମ୍ପାଦକ ସିଦ୍ଧାର୍ଥ ରଥ, ଉପ ସଭାପତି ଭଗ୍ୟରବି ଦାସ, ନିରୁପମା ବେହେରା, ସୁନିଲ ଭୋଇ, ଅଫିସ ସମ୍ପାଦକ ନସିମ ସରକାର, କୋଷାଧ୍ୟକ୍ଷା ସପ୍ତର୍ଶିନୀ ରାଉଳ, ସଂପାଦକ ମଣ୍ଡଳୀ ସଦସ୍ୟ ପରମାନନ୍ଦ ସାହୁ,ହରେକୃଷ୍ଣ ଦାସ, ସଂଯୁକ୍ତା ସାହୁ, ତରୁଣସେନ ନାୟକ, ପ୍ରଶାନ୍ତ ଦାସ, ମଧୂସୁଦନ ନାଏକ, ନିମାଇଁ ଚରଣ ସାହୁ, ନାରାୟଣ ନାୟକ, ଇଷା ଧର, ଫୁଲଚାନ୍ଦ ଲୋହାର, ନାରାୟଣ ସାହୁ ପ୍ରମୂଖ ବକ୍ତବ୍ୟ ରଖିଥିଲେ। ବିକ୍ଷୋଭ ସ୍ଥଳରୁ ରାଜ୍ୟ ସଭାପତି ସୋମନାଥ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 5, 2026