ସାଙ୍ଗକୁ ହତ୍ୟା କଲା ସାଙ୍ଗ, ଅଭିଯୁକ୍ତ ଅଟକ

କଣ୍ଟାବାଞ୍ଜି  (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମୁଡକାନୀ ଗାଁରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି । ଗାଁର କିଶୋର ପରାଭୁଏଙ୍କୁ ତାଙ୍କ ସାଙ୍ଗ ଶ୍ରୀଧର ଶବର ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କିଶୋର ଓ ତାଙ୍କ ସାଙ୍ଗ ଶ୍ରୀଧର ସୋମବାର ଗାଁର ପ୍ରହରୀ ମଣ୍ଡପରେ ବସି କଥା ହେଉଥିଲେ । ଏହି ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଶ୍ରୀଧର ଉତ୍ତ୍ୟକ୍ତ ହୋଇ କିଶୋରଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ କିଶୋରଙ୍କ ମୃତ୍ୟୁ ଘଟିଥିଲା । ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ତୁରେକେଲା ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ କଣ୍ଟାବାଞ୍ଜି ଡାକ୍ତରଖାନକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀଧରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ।

Exit mobile version