କାର ସିରିଜ ଦୃଘଟଣାଗ୍ରସ୍ତ ରେ ୩ ବାଇକ ଆରୋହୀ ଗୁରୁତର

 କାର ଚାଳକ କୁ ଗୋପ ପୋଲିସ ଅଟକ ରଖିବା ସହିତ ଗାଡି ଜବତ 

କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) :- ନିମାପଡା ରୁ କୋଣାର୍କ ଏବେ ଦୃଘଟଣାପ୍ରବଣ ଏରିଆ ରେ ପରିଣତ ହେଲାଣି l ବିଗତ କଛିଦିନ ନିୟମିତ ଚୋଟ ବଡ଼ ଦୃଘଟଣା ଘଟୁଛି l ରାସ୍ତା ଉପରେ ବୁଲା ଗୋରୁ ଓ କୁକୁର ଙ୍କ ଅଧିକାଂଶ ଦୃଘଟଣା ର ସମ୍ମୁଖୀନ ହେଉଛି l କିଛି ଚାଳକ ଙ୍କ ଅନ୍ୟମନସ୍କ ଯୋଗୁ ଦୃଘଟଣା ହେଉଥିବେଳେ ଆଉ କିଛି ଦ୍ରୁତ ଗତି ଯୋଗୁ ତ ଆଉ କିଛି ମଦ୍ୟପାନ ଯୋଗୁ ଦୃଘଟଣା ଘଟୁଥିବା ଜଣାପଡୁଛି l ମଙ୍ଗଳବାର ଅପରାହ୍ନ ରେ ପୁନଃ ଏକ ସିରିଜ ଦୃଘଟଣାଗ୍ରସ୍ତ ହୋଇଛି ଏକ କାର l

ଗୋପ ରୁ କୋଣାର୍କ ଅଭିମୁଖେ ଯାଉଥିବା ଏକ କାର ଟି ଭାରସାମ୍ୟ ହରାଇ ଏକ ବାଇକ ଆରୋହୀ କୁ ଧକ୍କା ଦେଇ ଆଉ ୩ଟି ବାଇକ ଉପରେ ଚିଡ଼ିଯାଇ ଏକ ଗ୍ରୋସରୀ ଦୋକାନ ଭିତରେ ପସିଗଲା କାର l କାର ଚାଳକ ସୁରକ୍ଷିତ ଥିବାବେଳେ ବାଇକ ଆରୋହୀ ତିନିଜଣ ଗୁରୁତର ତାଙ୍କୁ ଭୁବନେଶ୍ୱର ର ୬ ନମ୍ବର ହସ୍ପିଟାଲ କୁ ସ୍ଥାନ୍ତାରିତ କରାଯାଇଛି l

କରା ଚାଳକ ହେଲେ କୋଣାର୍କ ଅଞ୍ଚଳ ରବୀନ୍ଦ୍ରନାଥ ବାହିନୀପତି l ଭୈରବ ସାଧନ କେନ୍ଦ୍ର ସଂଯୋଜାକ ବା CRC ଭାବେ କାର୍ଯ୍ୟରତି l ଗୋପ ମେଡିକାଲରେ ଡାକ୍ତର ପ୍ରାଥମିକ ଚିକିତ୍ସା କରାଯିବା ପରେ ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କାରଯାଇଛି।

ଗୁରୁତର ତିନିଜଣ ଗୋପ ବେଦପୁର ଦେବରାଜ ପଣ୍ଡା, ଜଗତସିଂହପୁର ନାଉଙ୍ଗା ଅଞ୍ଚଳର ସ୍ମୁତି ରଞ୍ଜନ ପଣ୍ଡା, ଏବଂ କଟକ ନଖରା ଅଞ୍ଚଳର ବିକାଶ ନାଥ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ବାଇକ ଓ କାର କୁ ଜବତ କରିବା ସହିତ ଚାଳକ ଙ୍କୁ ଅଟକ ରଖିଛନ୍ତି l

Exit mobile version