ଭକ୍ତଙ୍କୁ ଦର୍ଶନ ଦେଲେ ବଡଗଡ଼ ର ବଡ ଗଣେଶ

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଏଥର ବଡଗଡରେ ୬୧ ଫୁଟର ଗଣେଷ ମୂର୍ତ୍ତି ପୂଜା ଆରମ୍ଭ ହୋଇଯାଇଛି । ଏହା ଓଡିଶାର ସର୍ବବୃହତ ଗଣେଶ ମୂର୍ତ୍ତି । ଏହା ସହିତ ଗଣେଷଙ୍କ ୨ ରୂପା ପାଦ ଓ ୫ ଫୁଟ ଉଚ୍ଚର ରୂପା ମୂଷିକ ବାହନ ପୂଜା ପାଉଛନ୍ତି । ଗଣେଶଙ୍କ ପାଖରେ ୬୧ କେଜିର ଲଡୁ ଭୋଗ ପୂଜା ଲାଗିଛି । ଆୟୋଜକ ବ୍ରାଇଟ୍ ଷ୍ଟାର ୟୁଥ୍ ଆସୋସିଏସନ ଓ ବଡଗଡ ଗଣେଶ ମହୋତ୍ସବ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।ଚଳିତ ବର୍ଷ ଗଣେଶ ପୂଜାରେ ୨୫ରୁ ୩୦ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି । ୭ ଦିନ ଧରି ପୂଜାକୁ ଜାକଜମକରେ ପାଳ ପାଳନ କରାଯିବ । ସୋମବାର ୧୦,୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । କମିଟିର ସମ୍ପାଦକ ସଂଗ୍ରାମ ମାର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ, ରୁକୁ ସେନା, ସୁଜ୍ଞାନି ମହାପାତ୍ର, ବର୍ଣ୍ଣାଳୀ ହୋତା, ଦେବେଶ ପତି ପ୍ରମୁଖ ସଙ୍ଗୀତ ମହାକୁମ୍ଭରେ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି ।

Exit mobile version