୭୬ ବର୍ଷ ବୟସରେ ଆଖି ବୁଜିଲେ ଅବସରପ୍ରାପ୍ତ ଶିକ୍ଷକ

ନୟାଗଡ/ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୁଣ୍ଡିଝୋଲା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ସାହୁ (୭୬) ଙ୍କ ଗତକାଲି ପରଲୋକ ହୋଇଛି। ସୂଚନା ଅନୂଯାୟୀ ଶ୍ରୀନିବାସ ସାହୁ ୧୯୪୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ସେ ସୁଣ୍ଡିଝୋଲା ଗ୍ରାମ ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରି ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ କୋଟୀର ଶିକ୍ଷାଦାନ କରି ସୁନାମ ଅର୍ଜନ କରିଥିଲେ । ସେ ଜଣେ ଛାତ୍ର ବତ୍ସଳ,ପରୋପକାରୀ, କର୍ତ୍ୟଵ୍ୟନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟକରି ୨୦୦୭ ମସିହାରେ ଅବସର ଗ୍ରହଣ କରିଥିଲେ । ସେ କିଛିଦିନ ହେଲା ଅସୁସ୍ଥ ହେବାପରେ ତାଙ୍କୁ ଭୁବନେଶ୍ୱର ଆମ୍ରୀ ହସ୍ପିଟାଲ ରେ ଚିକିତ୍ସା କରାଯାଇଥିଲା ।

୨୦ ଦିନଧରି ଚିକିତ୍ସିତ ହେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।ସେ ଫୁସ୍ ଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ।ତାଙ୍କର ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଟଙ୍କା ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନ ରେ ତାଙ୍କ ପୁତ୍ର ମନୋଜ ସାହୁ ମୁଖାଗ୍ନି ଦେଇଥିଲେ । ଅମର ଆତ୍ମା ର ସଦଗତି କାମନା କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।

Exit mobile version