ଦିବ୍ୟଙ୍ଗ ପାଇଁ ପ୍ରସାଶନ ସ୍ୱତନ୍ତ୍ର ଵ୍ୟଵସ୍ତା କରିବାକୁ ଦାବି – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ପଦ୍ମପୁର :- ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ କେହି ଭୋକିଲା ରହିବେ ନାହିଁ । ସାଧାରଣ ଗରିବ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ କରାଯାଇଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ  ଝାରବନ୍ଦ ବ୍ଲକ ଲଉଡିଦରହା ପଞ୍ଚାୟତ ଗୌଡ଼ମାଲ ଉପର ମୁଣ୍ଡା ବରଗଛ ମୂଳରେ ଦଳିତ ଦିବ୍ୟଙ୍ଗ ମହିଳା ପ୍ରେମବାଇ ଦୀପ (୫୦) ରାସ୍ତା କଡ଼ରେ ପଡି ରହି ଭୋକ ଉପାସ ଖରା ବର୍ଷା ଶୀତ ପବନ ଘଡଘଡି ଶବ୍ଦ ଗର୍ଜନ ଓ ଭୟଙ୍କର ରତ୍ରୀ ରୁପକୁ ସମ୍ମୁଖୀନ କରି ଜୀବନ କାଟୁଛନ୍ତି । ଆଜିକୁ ଦୀର୍ଘ କେତେ ବର୍ଷ ହେଲାଣି ଦୁଃଖ ର ଜୀବନ କାଟୁଛନ୍ତି ।

ପୂର୍ବ ରୁ ସେ ଓଡିଶା ର ସୀମା କୁ ଲାଗିଥିବା ସାଲେଝରିଆ ଡ଼ିପା ଗ୍ରାମ ରେ ରହୁଥିଲେ । ତାଙ୍କ ପୁଅ ଝିଅ କେହି ନାହିଁ । ୭ ବର୍ଷ ତଳେ ସ୍ୱାମୀଙ୍କ ଟ୍ରକ ଦୁର୍ଘଟଣା ରେ ମୃତ୍ୟୁ ହୋଇଗଲା । ଏହା ପରେ ସେ ଡୁଙ୍ଗୁରିପାଲି ଗ୍ରାମ ଠାରେ ଏକ ଆମ୍ବ ଗଛ ତଳେ ୪ବର୍ଷ ରହି ଆସୁଥିଲେ । ମଦ୍ୟପଙ୍କ ଦୌରାତ୍ମରେ ଅତିଷ୍ଠ ହୋଇ ଭୟ ରେ ଗୌଡ଼ମାଲ ଚାଲି ଆସିଲେ । ଏହି ଦିବ୍ୟଙ୍ଗ ବୃଦ୍ଧା ବୁଲି ବୁଲି ଭିକ୍ଷା ବୃତ୍ତି କରନ୍ତି । ଉକ୍ତ ରାସ୍ତା ଦେଇ ସ୍ଥାନୀୟ ସରପଞ୍ଚ ବି.ଡି.ଓ ଯାତାୟତ କରୁଛନ୍ତି ତାଙ୍କ ଦୃଷ୍ଟି ନପଡିବା ଅତ୍ୟନ୍ତ ଦୁଃଖର ବିଷୟ  । ଏହି ଦିବ୍ୟଙ୍ଗ ପାଇଁ ପ୍ରସାଶନ ସ୍ୱତନ୍ତ୍ର ଵ୍ୟଵସ୍ତା କରିବାକୁ ଦାବି ହେଉଛି । (ରିପୋର୍ଟ  – ନିରୋଜ କୁମାର ପାଣୀ)

Exit mobile version