ସୁଭଦ୍ରା ଶକ୍ତି କେନ୍ଦ୍ର ଓ ଗଣେଶ ପ୍ରତିକୃତି ଉଦଘାଟିତ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ  :- ପ୍ରସିଦ୍ଧ ଗଣେଶ ଚତୁର୍ଥୀ ତିଥିରେ ବୁଧବାର ହିଞ୍ଜିଳିକାଟୁ ବ୍ଳକ ରାଳବ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ଶକ୍ତି କେନ୍ଦ୍ର ଓ ନୂଆଁ ବନ୍ଧରେ ନୂତନ ଭାବେ ନିର୍ମିତ ଶ୍ରୀ ଗଣେଶଙ୍କ ମନୋରମ ପ୍ରତିକୃତି ଉଦଘାଟିତ ହୋଇଛି। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ରଶ୍ମିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ସଭ୍ୟା ରୀନା ପୋଲେଇ, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷାନବିଶ ନିକିତା ସ୍ଵାଇଁ, ଦେବାଶିଷ ଜେନା, ଶୀତଲ ମହାପାତ୍ର ଓ ସନ୍ଦୀପ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଳବ ଗ୍ରାମ ନୂଆଁ ବନ୍ଧରେ ନୂତନ ଭାବେ ନିର୍ମିତ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ପରେ ସରପଞ୍ଚ ଶ୍ରୀମତୀ ପ୍ରଧାନ ପ୍ରତିକୃତି ଲୋକାର୍ପିତ କରିଥିଲେ।

ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ରିବନ୍ କାଟି ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟନ କରିଥିଲେ। ଉଦଘାଟନ ସମୟରେ କୃଷି ସୁଚନା ଓ ପରାମର୍ଶ ଉପଦେଷ୍ଟା କମିଟି ଅଧ୍ୟକ୍ଷ ଗନ୍ତାୟତ ଦଳେଇ, ନାଏବ ସରପଞ୍ଚ ଶଙ୍କର ପୋଲେଇ,ୱାର୍ଡ ସଭ୍ୟ ଗୌର ପୋଲେଇଙ୍କ ସମେତ ସମସ୍ତ ସଭ୍ୟ, ସଭ୍ୟା,

ସ୍ଵଂୟ ସହାୟିକା ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡି କର୍ମୀ,ଏଡିଇଓ ଗଜେନ୍ଦ୍ର ଗୌଡ଼,ବିଏଫଟି ବୃନ୍ଦାବନ ଗୌଡ,କାଳୀ ଦଳାଇ,ସୁବାସ ଚନ୍ଦ୍ର ରାଉତ, ସୁଭ୍ରକେଶ ଦଳାଇ, ପୂର୍ବତନ ସରପଞ୍ଚ ଜାଗିଲି ଦାସ ଓ ମନୋଜ କୁମାର ପୋଲେଇ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version