ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ( ସ୍ବତନ୍ତ୍ର) ବିଭୁ ପ୍ରସାଦ ପଣ୍ଡା ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ ବର୍ଷ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏନେଇ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ଗଜପତି ଜିଲ୍ଲାର ସନ୍ତୋଷ ଶବର I
ସୂଚନା ମୁତାବକ, ସନ୍ତୋଷ ଶବର ଜଣେ ନାବାଳିକାକୁ ଅପହରଣ କରିବା ସହ ଯୌନ ନିର୍ଯାତନା ଦେଇଥିବା ନେଇ ଆର.ଉଦୟଗିରି ଥାନାରେ ୭୬/୨୦୨ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୬୩,୩୬୬ ଓ ପକ୍ସୋ ଆଇନର ଧାରା ୬ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଶୁଣାଣି କରି ଅଭିଯୁକ୍ତକୁ 20 ବର୍ଷ ଜେଲ ଦଣ୍ଡ ସହ ଏଗାର ହଜାର ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି. ଏଗାର ହଜାର ଟଙ୍କା ଜରିମାନା ଅନାଦେୟ ହେଲେ ଅଧିକା 8 ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ପ୍ରକାଶ କରିଛନ୍ତି. ଏଥିସହ ଆଇନ ସେବା ପ୍ରାଧିକରଣଙ୍କୁ ୪ ଲକ୍ଷ ଟଙ୍କା ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l
