କଳାହାଣ୍ଡି ଜିଲ୍ଲା ରେ ଚାଷ ଉଜାଡିଦେଲେ – ହାତୀ ପଲ

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ କୁରମେଲ ପଂଚାୟତର ନବୋଦୟ ବିଦ୍ୟାଳୟ ନିକଟସ୍ଥ ଚପଟଖଣ୍ଡା ଗ୍ରାମରେ ଗତ ରାତିରେ କୋଡିଏ ରୁ ତିରିଶି ଗୋଟି ବଣୁଆ ହାତୀ ଆସି ପ୍ରାୟ କୋଡିଏ ଏକରରୁ ଅଧିକ ଚାଷ ଜମିରେ ପଶି ଚାଷୀ ମାନେ କରିଥିବା ଧାନ, କପା ଓ କାନ୍ଦୁଲ ଚାଷକୁ ଦଳି ଚକଟି ନଷ୍ଟ କରିଦେଇ ଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି l

ଏଥିରେ ଚପଟଖଣ୍ଡା ଗ୍ରାମର ଭୁଜନ ମାଝୀ, ବୀରେନ୍ଦ୍ର ନାଏକ, ଗଣେଶ ମାଝୀ, ମଦନ ନାଏକ, ଭକ୍ତ ମାଝୀ, ନରେନ୍ଦ୍ର ନାଏକ, ଜଗବନ୍ଧୁ ନାଏକ, ରାଇଗୁରୁ ମାଝୀ, ମଗଶିର ମାଝୀ, ଗୌର ମାଝୀ ଓ ତପି ମାଝୀ ଚାଷୀ ଗଣ ବିଶେଷ କ୍ଷତି ଗ୍ରସ୍ତ ହୋଇ ମୁଣ୍ଡରେ ହାତ ଦେଇ ବସିଥିବା ସହ ସରକାର ଏହାର ତଦନ୍ତ କରି ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି l (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version