ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ୍ ର ପଦାଗାଁ, ଅଡ଼ବା ପଞ୍ଚାୟତର ଶ୍ରୀ ନିର ମଲ୍ଲିକ ଚଳିତ ବର୍ଷ NEET 2025 ରେ ସଫଳତାର ସହ ଉତ୍ତିର୍ଣ୍ଣ ହୋଇ ପ୍ରଥମ କାଉନସେଲିଂ ପର୍ଯ୍ୟାୟରେ ମନୋନୟନ ହୋଇ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ, ପୁରୀ ରେ ସ୍ଥାନ ପାଇଛନ୍ତି । ସେ ଏକ ଗରିବ ପରିବାର ଏବଂ ମାତୃପିତୃହୀନ ଛାତ୍ର ହୋଇଥିଲା ବେଳେ ବିଭିନ୍ନ ବାଧା ବିଘ୍ନ ସତ୍ତ୍ବେ ଏହି ବଡ଼ ପରୀକ୍ଷାରେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି ।
ତେଣୁ ଜିଲ୍ଲାପାଳ, ଗଜପତି ଶ୍ରୀମତି ମଧୁମିତା ମହୋଦୟା ଗତକାଲି ଅଭିଯୋଗ ଶୁଣାଣି ରେ ଶ୍ରୀ ନିର ମଲ୍ଲିକଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ମିସନ୍ ବାତ୍ସଲ୍ୟ କାର୍ଯ୍ୟକ୍ରମର ପରବର୍ତି ଯତ୍ନ ରେ ମାସିକ ଟ.4000/- ଲେଖାଏଁ ଦେବା ବନ୍ଦୋବସ୍ତ କରିଛନ୍ତି । ଏହି ଟଙ୍କା ନିରଙ୍କୁ 23 ବର୍ଷ ପୁରଣ ହେଲା ପର୍ଯ୍ୟନ୍ତ ମିଳିବ ।

