ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) :- ଛେଳିଗଡ ବୁଡି ଅଞ୍ଚଳ ବିସ୍ଥାପିତ ସଂଗ୍ରାମ ସମିତି ପକ୍ଷରୁ ସଭାପତିଙ୍କ ନେତୃତ୍ବରେ ଗତକାଲି ଏକ ପ୍ରତିନିଧି ଦଳ ଗଜପତି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ୧୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ତାଙ୍କୁ ପ୍ରଦାନ କରିଛନ୍ତି । ଛେଳିଗଡ ପ୍ରକଳ୍ପର ଟନେଲ କାର୍ଯ୍ୟ ବତ୍ତମାନ ଶେଷ ପର୍ଯ୍ୟାୟରେ ପହିଞ୍ଚିଛି । ଆଡିବନ୍ଧ ଓ ଅନ୍ୟାନ୍ୟ କାର୍ଯ୍ୟ ପିଇଁ ଟେଣ୍ଡର ସରିଛି । ତେବେ ପ୍ରତିଶୃତି ପ୍ରକାରେ ବିସ୍ଥାପିତ ଙ୍କୁ ଥଇଥାନ କରିବା ନିମନ୍ତେ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇନାହିଁ ।

