ଭାଣପୁର ଜ୍ୟୋସ୍ନାବିହାର ଗଣେଶ ପୂଜା ମହୋତ୍ସବରେ ଯୋଗ ଦେଲେ ସିଏମସି କମିଶନର

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ଭାଣପୁର ଜ୍ୟୋତ୍ସ୍ନାବିହାର ଡେଭଲପମେଣ୍ଟ ସୋସାଇଟିର ପକ୍ଷରୁ ଆୟୋଜିତ ଚତୁର୍ଥ ବାର୍ଷିକ ଗଣେଶ ପୂଜା ମହୋତ୍ସବ ବୁଧବାର ଦିନ ୧୦ ଟାରେ ବହୁ ଆଡମ୍ବରପୂର୍ଣ୍ଣ ସହକାରେ ପାଳନ କରାଯାଉଛି ।ପ୍ରଭୁ ଶ୍ରୀ ଶ୍ରୀ ଗଣପତିଙ୍କର ପୂଜାର୍ଚ୍ଚନା ସହିତ ସୁନ୍ଦର ସାଜସଜ୍ଜା ଦେଖିବା ଲାଗି ସନ୍ଧ୍ୟାରେ ପୂଜା ମଣ୍ଡପରେ ପ୍ରବଳ ଭିଡ ଜମିଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସୋସାଇଟିର ସଭାପତି ପ୍ରଭାତ କୁମାର ନନ୍ଦଙ୍କ ସଭାପତିତ୍ବ କରିଥିଲେ ।

ସିଏମସି ମେୟର କିରଣ ଦୀପ କୈ।ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଜ୍ୟୋସ୍ନା ବିହାର ରେ ଅନେକ ବୁଦ୍ଧିଜୀବୀ ଦୀର୍ଘ ବର୍ଷ ଧରି ଏଠାରେ ଜମି କିଣି ରହୁଛନ୍ତି । ଏହି ସୋସାଇଟିର ରାସ୍ତା , ଷ୍ଟ୍ରୀଟଲାଇ, ପାନୀୟ ଜଳ, ଜଳ ନିଷ୍କାସନ ପାଇଁ ନାଳ ନିର୍ମାଣ ଦିଗରେ ଦୃଷ୍ଟି ଦିଆଯିବ ବୋଲି ଉପସ୍ଥିତ ସୋସାଇଟିର ଅନ୍ତେବାସୀଙ୍କୁ ପ୍ରତିଶ୍ରୃତି ଦେଇଥିଲେ । କମିଶନର ସୋସାଇଟିରେ ବସବାସ କରୂଥିବା ଛୋଟ ଛୋଟ ପିଲାମାନଙ୍କ ସହିତ ମିଶିବାର ସହିତ ସେମାନଙ୍କ ସହ କଥା ହେଇଥିଲେ ।

ପିଲାମାନେ ମେୟରଙ୍କ ସହ ଫଟୋ ଉଠାଇଥିଲେ । ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସିଟି ଇଞ୍ଜିନିୟର ଅତନୁ କୁମାର ସାମନ୍ତ ଯୋଗ ଦେଇ ଜ୍ୟୋସ୍ନା ବିହାର ଡେଭଲପମେଣ୍ଟ ସୋସାଇଟିର ବିଭିନ୍ନ ସମସ୍ୟା ସଂପର୍କରେ ମେୟରଙ୍କୁ ଅବଗତ କରାଇଥିଲେ । ସୋସାଇଟିର ସଂପାଦକ ଭାଗିରଥି ରାଉତ ସୋସାଇଟିର ବିଭିନ୍ନ ସମସ୍ୟା ସଂପର୍କରେ ଏକ ଦାବି ପତ୍ର ମେୟରଙ୍କୁ ପ୍ରଦାନ କରିଥିଲେ ।

ସନ୍ଧ୍ୟାରେ ସଂକୃତିକ କାର୍ଯକ୍ରମ ଓ ମହିଳା ସଂକୀର୍ତ୍ତନ କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଆୟୋଜିତ ଉତ୍ସବରେ ସଭ୍ୟ ଭାଗିରଥି ସାହୁ, କ୍ଷିତୀଶ ବଳ, ପି ସି ପ୍ରଧାନ, ପଵିତ୍ର ମୋହନ ପ୍ରଧାନ, ଜ୍ଞାନରଞ୍ଜନ ବେହେରା, ଭାସ୍କର ଦାସ, ଧ୍ରୁବ ବିଶ୍ୱାଳଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ମହୋତ୍ସବର ତିନି ଦିନ ଧରି ଅନୁଷ୍ଠିତ ହେବ ।

Exit mobile version