କଟକ ରେଳ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ରେଲୱେ ଷ୍ଟେସନରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି । ପ୍ଲାଟଫର୍ମ ନମ୍ବର ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି । ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌..? ଉପରେ ପଡ଼ିଛି । ପ୍ରାୟ ୫୦୦ ମିଟରରରୁ ଅଧିକ ଲମ୍ବ ଛାତ ଭୁଶୁଡ଼ି ପଡ଼ିଛି । ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ କରୁଥିବା ଶ୍ରମିକଙ୍କ ଉପସ୍ଥାନ ନିଆଯାଇଛି ।

ସମସ୍ତ ଶ୍ରମିକ ସୁରକ୍ଷିତ ରହିଛନ୍ତି । ସେହିପରି ସିସିଟିଭି କ୍ୟାମେରାରୁ କେହି ଭୁଶୁଡ଼ି ପଡ଼ିଥିବା ଛାତ ଆଡ଼କୁ କେହି ଯାଇ ନଥିବା ଜଣାପଡ଼ିଛି । ତେବେ ଏନେଇ ଅଧିକ ସନ୍ଧାନ ଜାରି ରହିଛି । ଏହି ଘଟଣାରେ ଜଣେ ଟେକ୍ନିକାଲ ଷ୍ଟୋପ୍ ଆହତ ହୋଇ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ଆସିଷ୍ଟାଣ୍ଟ ଡିଆରଏମ ସୂଚନା ଦେଇଛନ୍ତି ।

Exit mobile version