ରାମାନାଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ର ୬୪ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର କୃଷି ଶିକ୍ଷା ଶାସନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି,ସମ୍ମାନିତ ଅତିଥି ରୂପେ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ,ଅଧ୍ୟକ୍ଷ ପ୍ରସନ୍ନ ଜିତ୍ ମିଶ୍ର,କୁଳପତି ପ୍ରଫେସର କେ ରାଉଳ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଅବସର ରେ ବିଭିନ୍ନ ଚାଷ ରେ ସଫଳତା ହାସଲ କରିଥିବା ପ୍ରଗତିଶୀଳ କୃଷକ ଙ୍କୁ ରାଜ୍ୟପାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।
