ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲା ଦୈ।ରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଚ୍ଚଖଣ୍ଡଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ,ଇଟାମାଟି ଠାରେ ବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅଧାରୁ ପାଠ ଛାଡୁଥିବା ଛାତ୍ର,
ଛାତ୍ରୀ ଙ୍କ ପୁନଃ ବିଦ୍ୟାଳୟ କୁ ପ୍ରତ୍ୟାବର୍ତନ ସମ୍ବନ୍ଧ ରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭ ରେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିବା ବେଳେ ସଚିବ, ଅଞ୍ଜଳି ମଚ୍ଚଖଣ୍ଡ ଆନୁଷ୍ଠାନିକ ଭାବେ ଏହି ଶିବିର ଟିକୁ ଉଦ୍ ଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ, ଆଜିର ଛାତ୍ର, ଛାତ୍ରୀ କାଲି ର ଭବିଷ୍ୟତ ।

