Home ଓଡ଼ିଶା ଶ୍ରୀମନ୍ଦିର ଅନ୍ଧହାତୀ ଓ ଲୀଳାପ୍ରସ୍ତାବ ନୀତି ଅନୁଷ୍ଠିତ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମଙ୍ଗଳବାର ଶ୍ରୀମନ୍ଦିର ଅନ୍ଧହାତୀ ଓ ଲୀଳା ପ୍ରସ୍ତାବ ନୀତି ଅନୁଷ୍ଠିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ତୃତୀୟା ତିଥି ଅବସରରେ ଏହି ନୀତି ପାଳିତ ହୋଇଥାଏ । ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିବା ସ୍ମୃତିରେ ପାଳିତ ହେଉଛି । ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢିବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିଥିଲେ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ବଟମୂଳ ନିକଟରେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା । ପରେ ବିମାନବଡୁ ସେବକମାନେ ଠାକୁରଙ୍କୁ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖକୁ ନେଇଥିଲେ । ସେଠାରେ ପଡିଥିବା ଖଟ ଉପରେ ଠାକୁର ପାଲିଙ୍କି ସହିତ ବିଜେ କରାଇଥିଲେ । ସେଠାରେ ଅନ୍ଧ ମନ୍ଦିର ହସ୍ତୀ ଲୀଳା ପ୍ରସ୍ତାବ ଆଗତ ହୋଇଥିଲା ।ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ମଣୋହି କରାଯାଇଥିଲା । ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ଅନ୍ଧକୁ ଚକ୍ଷୁଦାନ ଲୀଳା ନୀତି ଅନୁଷ୍ଠିତ ହୋଇଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026