
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦକୁଦ ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାରି ହେଉଥିବା ସମୟରେ କଟକରୁ ଭୁବନେଶ୍ୱର ଅଭିମୁଖେ ଦୃତ ଗତିରେ ଆସୁଥିବା ଏକ ବୁଲେଟ ମଟର ସାଇକେଲ ଚାଳକ ଧକ୍କା ଦେବାରୁ ରାସ୍ତା ପାରି ହେଉଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇଥିବା ବୁଲେଟ ଚାଳକ ମଧ୍ୟ ଆହତ ହୋଇଥିଲା । ଉଭୟ ଙ୍କୁ ବମ୍ଫକୁଦ ଗ୍ରାମର ଲୋକେ ଚିକିତ୍ସା ପାଇଁ ଫୁଲନଖରା ସମ-୨ ହସ୍ପିଟାଲକୁ ପଠାଇଥିଲେ । ସୋମବାର ସନ୍ଧ୍ୟାରେ ଗୁରୁତର ଆହତ ବ୍ୟକ୍ତିର ମୃତ୍ୟୁ ଘଟିଥିଲା । ମୃତ ବ୍ୟକ୍ତିର ନାମ ତିନା ଜେନା । ତାଙ୍କ ଘର କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଗ୍ରାମରେ ବୋଲି ଜଣା ପଡିଛି । ଏନେଇ ବମ୍ଫକୁଦ ଗ୍ରାମରେ ଶୋକରେ ଛାୟା ଖେଳି ଯାଇଛି ।

