Home ଓଡ଼ିଶା ରଣପୁର : ଆଗାମୀ ପିଢ଼ି ବିଶ୍ୱାସ କରିବ ନାହିଁ … by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନବବାବୁ କହିଲେ – ମୁଁ ଟଙ୍କେ, ଟଙ୍କେ ମାଗି ତୁମକୁ ଦେବି, କିନ୍ତୁ ଏକଥା କହନି । ସୁରେନ୍ଦ୍ର ବାବୁ ମୁହଁ ଓହଳାଇ ଫେରିଲେ l (ପୁସ୍ତକ : ‘ଏମିତି ଜଣେ ମୁଖ୍ୟମନ୍ତ୍ରୀ ଥିଲେ’ କିମ୍ୱା ‘ଅନିର୍ବାଣ’, ଲେଖକ – ପଦ୍ମଚରଣ ନାୟକ) ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଆଗାମୀ ପିଢ଼ି ବିଶ୍ୱାସ କରିବ ନାହିଁ, ହୁଏତ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଥିଲେ – ଯେ ନୟାଗଡ଼ ଗଲାବେଳେ ରଣପୁର ପାଖ ପୋଖରୀରେ ଲୋକଙ୍କୁ ଦଳକଢ଼ାରେ ସାହାଯ୍ୟ କରୁଥିଲେ, ଅନେକ ପ୍ରଗତିଶୀଳ ଲୋକଧର୍ମୀ ଆଇନ ଆଣିଥିବା ନବକୃଷ୍ଣ ଚୌଧୁରୀ (୧୯୦୧-୧୯୮୪) ଟାଣୁଆ ବ୍ୟକ୍ତି ନଥିଲେ କହିବା ଠିକ ନୁହେଁ । ପୁସ୍ତକ : ‘ଚୌଧୁରୀ’ (ପ୍ର. ବୀରେନ୍ଦ୍ର ନାୟକ) ଆଗାମୀ ପିଢ଼ି ବିଶ୍ୱାସ କରିବ ନାହିଁ, ହୁଏତ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଥିଲେ- ଯେ ନୟାଗଡ଼ ଗଲାବେଳେ ରଣପୁର ପାଖ ପୋଖରୀରେ ଲୋକଙ୍କୁ ଦଳକଢ଼ାରେ ସାହାଯ୍ୟ କରୁଥିଲେ l (ପୁସ୍ତକ : ‘ଏମିତି ଜଣେ ମୁଖ୍ୟମନ୍ତ୍ରୀ ଥିଲେ’ କିମ୍ୱା ‘ଅନିର୍ବାଣ’, ଲେଖକ – ପଦ୍ମଚରଣ ନାୟକ) ଅନେକ ପ୍ରଗତିଶୀଳ ଲୋକଧର୍ମୀ ଆଇନ ଆଣିଥିବା ନବକୃଷ୍ଣ ଚୌଧୁରୀ (୧୯୦୧-୧୯୮୪) ଟାଣୁଆ ବ୍ୟକ୍ତି ନଥିଲେ କହିବା ଠିକ ନୁହେଁ । ଦୁର୍ନୀତି ବିରୋଧରେ ନବକୃଷ୍ଣଙ୍କର କଠୋର ଆଭିମୁଖ୍ୟ ରହିଥିଲା । କିରାଣୀଠାରୁ ଆରମ୍ଭ କରି ସଚିବଙ୍କୁ ଖୁସି ରଖୁଥିବା ଜଣେ ଖଣି ମାଲିକ ୬ ଲକ୍ଷ ଟଙ୍କା ଜୋରିମାନା ସହ ଦଳ ପାଇଁ ୬ ଲକ୍ଷ ଟଙ୍କା ଦେବେ ବୋଲି କଂଗ୍ରେସ ସମ୍ପାଦକ ସୁରେନ୍ଦ୍ର ପଟ୍ଟନାୟକଙ୍କ ଜରିଆରେ ଖବର ପଠାଇବା ପରେ ସଂପୃକ୍ତ ଖଣି ମାଲିକଙ୍କ ନାଁ ଶୁଣୁଶୁଣୁ ଚିହିଁକି ଉଠିଲେ ନବକୃଷ୍ଣ । କହିଲେ -‘That scoundrel, he has spoiled entire administration and now wants to spoil the Congress organisation. I will smash that fellow. ସୁରେନ୍ଦ୍ର ମୋତେ ମୋଟେ ସେକଥା କୁହନି । ମୁଁ ମୋଟେ ତାକୁ ଛାଡ଼ିବି ନାହିଁ ।’ ସୁରେନ୍ଦ୍ର ବାବୁ କହିଲେ – ଦୁଇ ଦୁଇଟା ବାଇ-ଇଲେକ୍ସନ ଅଛି, କେଉଁଠୁ ପଇସା ଆସିବ..? ନବବାବୁ କହିଲେ – ମୁଁ ଟଙ୍କେ, ଟଙ୍କେ ମାଗି ତୁମକୁ ଦେବି, କିନ୍ତୁ ଏକଥା କହନି । ସୁରେନ୍ଦ୍ର ବାବୁ ମୁହଁ ଓହଳାଇ ଫେରିଲେ, କହିଲେ- ‘ଇଏ (ନବବାବୁ) idealist ହେଉଛନ୍ତି practical କଥା ବୁଝୁନାହାନ୍ତି ।’ ଏହି ଘଟଣା ଆଜି ସ୍ମରଣ କଲାବେଳକୁ ଓଡ଼ିଶାରେ ରାଜନୀତିରେ ଟଙ୍କାର ପ୍ରାବଲ୍ୟ ଓ ନବକୃଷ୍ଣଙ୍କ ଭିନ୍ନ କିସମର ରାଜନୀତି ସମ୍ପର୍କରେ ଆଭାସ ମିଳୁନାହିଁ କି..? ଚିତ୍ତରଂଜନ ଦାସଙ୍କ ଭାଷାରେ : ‘ହାତୀ ଚିହ୍ନ ପାଇବାକୁ ଯାଇ ହାତୀଶାଳାରୁ ଯେକୌଣସି ଗୋଟିଏ ହାତୀକୁ ଦେଖାଇବା ପରି ନବକୃଷ୍ଣ ଚୌଧୁରୀଙ୍କୁ ଆମେ କଦାପି ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଜଣେ ବୋଲି ଦେଖାଇପାରିବା ନାହିଁ ।’ Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର by Proprietor Abhimanyu Maharana September 13, 2026 ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 13, 2026 ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 12, 2026