ମାଲକାନଗିରି ଶିକ୍ଷକ ବସନ୍ତ କୁମାର ରଣା ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ମାଲକାନଗିରି  (ଓଡ଼ିଶା ତାଜା ନ୍ୟୁଜ୍) :- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କୁନି କୁନି ପିଲାଙ୍କୁ ଭଲ ପାଉଥିବା ଶିକ୍ଷକ ଓ ଶିକ୍ଷା କୁ ବୃତ୍ତି ଭାବେ ବାଛି ନେଇଥିବା ଶିକ୍ଷକ, ବସନ୍ତ କୁମାର ରଣା । ୨୦୨୫ ମସିହା ପାଇଁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର। ମାଲକାନଗିରି ଜିଲ୍ଲା ର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀଯୁକ୍ତ ବସନ୍ତ କୁମାର ରଣା ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଏହି ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ସର୍ଗୀକୃତ । ସେ ଏହି ପୁରସ୍କାର ପାଇଁ ୫୦୦୦୦ ଅର୍ଥ ରାଶି ଓ ମାନ ପତ୍ର ୫ ସେପ୍ଟେମ୍ବର ୨୦୨୫ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗ୍ରହଣ କରିବେ । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଚିତ୍ତ ରଞ୍ଜନ ପାଣିଗ୍ରାହୀ ଉକ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି ।

Exit mobile version