କଟକ ଗ୍ରାମାଞ୍ଚଳ ଏସପି ପ୍ରତିକ ସିଂ ଙ୍କ ଠାରୁ ଦାୟିତ୍ୱ ନେଲେ ଭିନିତ୍ ଅଗ୍ରୱାଲ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଗତ କିଛି ଦିନ ତଳେ‌ ରାଜ୍ୟ ସରକାର ‌୮ ଜଣ‌ ଆଇପିଏସ୍ ଅଫିସରଙ୍କୁ ବଦଳି‌ କରିଥିଲେ ।‌ କଟକ ଗ୍ରାମାଞ୍ଚଳ ଏସପି ଭାବେ ଦାୟିତ୍ଵ ନେଇଥିବା ଆଇପିଏସ୍ ‌ଅଫିସର ପ୍ରତିକ ସିଂ ଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଥିଲା ବେଳେ, ତାଙ୍କ ସ୍ଥାନରେ ଆଇପିଏସ୍ ଅଫିସର ଭିନିତ ଅଗ୍ରୱାଲ ଙ୍କୁ ଅବସ୍ଥାପିତ କରାଯାଇଥିଲା ।ଆଇପିଏସ୍ ଅଫିସର ଭିନିତ ଅଗ୍ରୱାଲ ଗତକାଲି କଟକ ଗ୍ରାମାଞ୍ଚଳ ଏସପି କାର୍ଯ୍ୟାଳୟରେ ପହଞ୍ଚି ପୂର୍ବରୁ ଥିବା ଆଇପିଏସ୍ ଅଫିସର ପ୍ରତିକ୍ ସିଂ ଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରି ଛନ୍ତି । ପ୍ରତିକ‌ ସିଂ ‌ଶ୍ରା ଅଗ୍ରୱାଲ ଙ୍କୁ‌ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ଗ୍ରାମାଞ୍ଚଳ ଏସପି କାର୍ଯ୍ୟାଳୟର କିଛି କର୍ମଚାରୀ ନୂତନ ଏସପି ଭିନିତ‌ ଅଗ୍ରୱାଲ ଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱ।ଗତ କରିଥିଲା ବେଳେ ପ୍ରତିକ ସିଂ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।

Exit mobile version