ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶାର ବିଶିଷ୍ଟ ଔପନ୍ୟାସିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଶୈଳୀ ସମ୍ରାଟ ଦେବ୍ରାଜ ଲେଙ୍କା ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଶୈଳୀ ସ୍ରମାଟ ଲେଙ୍କାଙ୍କ ଜନ୍ମସ୍ଥାନ ଡମପଡ଼ା ବ୍ଲକ ଅନ୍ତର୍ଗତ କୁସୁପଙ୍ଗି ଗ୍ରାମରେ ଅଟେ ।
ଆଜି ତାଙ୍କୁ ଭେଟିବାକୁ ବାଙ୍କୀ ମହୋତ୍ସବ ସ୍ମରଣିକା କମିଟିର ସଂପାଦକ କୌଶିକ ନାୟକ, କଳା,ସାହିତ୍ୟ ଓ ସଂସ୍କୃତି ପରିଷଦର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଭୂତନାଥ ସାହିତ୍ୟ ଓ ସଂସ୍କୃତି ପରିଷଦର ଆବାହକ ଅକ୍ଷୟ କୁମାର ସାମଲ, କବି ଲଲାଟେନ୍ଦୁ ପଣ୍ଡା, ଶ୍ରୀରାକମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ ପ୍ରମୁଖ ସେଠାକୁ ଯାଇ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି ।
