ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ମହୋତ୍ସବ ରୋପ୍ୟଜୟନ୍ତୀ ପାଳନ ଅବସରରେ ମହିଳା ଭାଗବତ ସାଂସ୍କୃତିକ ସମ୍ମିଳନୀ ଆଜି ବୈଦ୍ୟେଶ୍ୱର ଅଳସୁଆ ଅମରନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ସାଧାରଣ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହୋତ୍ସବର ଉପସଭାପତି ସୁରଞ୍ଜନ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବାଙ୍କୀର କଳା, ସଂସ୍କୃତି ସଂପର୍କରେ ବକ୍ତବ୍ୟ ରଖିଥିଲେ । ମହୋତ୍ସବର କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର, ଉପସଭାପତି ଅନନ୍ତ ଚରଣ ଦାସ, ଡାକ୍ତର ସୁଜିତ ପଟ୍ଟନାୟକ ,
ସମିତି ସଭ୍ୟ ମହେଶ୍ୱର ମହାପାତ୍ର , ରବିନାରାୟଣ ମଙ୍ଗରାଜ, ବୈଦ୍ୟେଶ୍ୱର ଜିଲ୍ଲାପରିଷଦ ସଦ୍ୟସାଙ୍କ ପ୍ରତିନିଧି ହରେକୃଷ୍ଣ ସାହୁ, ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାହୁ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ସାହୁ ଓ ରବିନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରି ବାଙ୍କୀର ଅମ୍ଳାନ କୀର୍ତ୍ତି ସଂପର୍କରେ ଆଲୋକପାତ କରିଥିଲେ । ଗ୍ରାମାଞ୍ଚଳର ଶତାଧିକ ମହିଳା ଭଜନ, ଛାନ୍ଦ, ଚମ୍ପୁ ତଥା ଭାଗବତ, ଓଡ଼ିଶୀକୀର୍ତ୍ତନ ପାଠ କରି ସ୍ରୋତମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପାଲାକାର ଖଗେଶ୍ୱର ମାର୍ଥା ବିଚାରକ ଭାବେ ଯୋଗଦାନ କରିଥିଲେ । ମହୋତ୍ସବ ସଂଯୋଜକ ବଳଭଦ୍ର ରଣା କାର୍ଯକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
