ଜନ୍ମମାଟିରେ ପୂର୍ବତନ ମନ୍ତ୍ରୀ ଡାକ୍ତର ଯୋଗେଶଚନ୍ଦ୍ର ରାଉତଙ୍କ ୧୦୧ତମ ଜନ୍ମ ଜୟନ୍ତୀ ପାଳନ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀର ବରପୁତ୍ର ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଯୋଗେଶଚନ୍ଦ୍ର ରାଉତଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଜନ୍ମସ୍ଥାନ ଶିଶୁଆ ଠାରେ ଆଜି ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜୟନ୍ତୀ କମିଟି ସଭାପତି ଗୋପବନ୍ଧୁ ସାହୁ ସଭାପତିତ୍ୱ କରିଥିଲେ । ସମ୍ପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରେସକ୍ଳବ ସଭାପତି ବଳଭଦ୍ର ପଣ୍ଡା, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ,କ୍ରେଡିଟ୍ କୋଅପରେଟିଭ୍ ସଭାପତି ସମରେନ୍ଦ୍ର ମହାପାତ୍ର, ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ଯୁଗଳ କିଶୋର ଭୂତ, ଶ୍ରୀନିବାସ ବେହେରା, ଅକ୍ଷୟ କୁମାର ସାମଲ, ରାଜେନ୍ଦ୍ର ମହାପାତ୍ର, କୌଶିକ ନାୟକ, ଚକ୍ରଧର ପଣ୍ଡା, ସାମ୍ବାଦିକ ବିଭୂପ୍ରସାଦ ସାମଲ, ଲିଙ୍ଗରାଜ ରାଉତ, ଅଜୟ କୁମାର ସ୍ୱାଇଁ ଓ ଲଲାଟେନ୍ଦୁ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Exit mobile version