ଭିଜିଲାନ୍ସ ଜାଲରେ ବରଗଡ଼ ସହକାରୀ ଅଗ୍ନିଶମ ଅଧିକାରୀ ; ୧୨ ହଜାର ଲାଞ୍ଚ ଟଙ୍କା ଜବତ

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ବରଗଡ଼ :- ବରଗଡ଼ ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ଆଜି ଜନୈକ ପେଟ୍ରୋଲ ପମ୍ପ ମାଲିକଙ୍କ ଠାରୁ ୧୨ ହଜାର ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡି ଜେଲ ଯାଇଛନ୍ତି । ସୂଚନା ମତେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ପପଙ୍ଗା ନିକଟ କଦଲିପାଲି ରେ ଅବସ୍ଥିତ ଜୟ ହନୁମାନ ଟ୍ରେଡର୍ସ ପେଟ୍ରୋଲ ପମ୍ପ ମାଲିକ ହୃଷିକେଶ ପ୍ରଧାନ ଫିୟାର ସେଫ୍ଟି ସାର୍ଟିଫିକେଟ ପାଇଁ ଅଗ୍ନିଶମ ବିଭାଗ ଅଫିସ କୁ ଯିଇଥିଲେ। ତେବେ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ସାର୍ଟିଫିକେଟ ପ୍ରଦାନ ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ହେଲେ ପମ୍ପ ମାଲିକ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ବିଭାଗ କେଶକୁ ତତ୍ପରତା ସହ ନେଇ ସହକାରୀ ଅଗ୍ନିଶମ ଅଧିକାରୀ  ଶ୍ରୀ ମହାପାତ୍ର ନିଜ କାର୍ଯ୍ୟାଳୟ ରେ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରିଥିଲେ। କେମିକାଲ ଦିଆ ୧୨ ହଜାର ଟଙ୍କା ଜବତ୍ କରିବା ସହ ଲାଞ୍ଚୁଆ ଅଧିକାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ବର କିଶାନ ଓ କର୍ମଚାରୀ ମାନେ ଚଢ଼ାଉ କରିଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version