ଜଗନ୍ନାଥବଲ୍ଲଭ ନବନିର୍ମିତ କାର ପାର୍କିଂ ତଳକୁ ଖସିଲା ବୋଲେରୋ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀକ୍ଷେତ୍ରରେ ଅଘଟଣ । ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ନବନିର୍ମିତ ମଲ୍ଟି ଲେବଲ ପ୍ରଥମ ମହଲାରେ କାର ପାର୍କିଂ କରୁଥିବା ବେଳେ ତଳକୁ ଖସିପଡିଲା ବୋଲେରୋ । ଡ୍ରାଇଭର ସଞ୍ଜୟ ସେଠୀ ଗୁରୁତର । ଖବରୁ ଜଣାପଡିଛି ଯେ ବାଲେଶ୍ଵରରୁ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପାଞ୍ଚ ଜଣ ପର୍ଯ୍ଯଟକ ଆସିଥିଲେ । ସେମାନେ ସମସ୍ତେ ଶ୍ରୀମନ୍ଦିର ଯାଇଥିଲେ । ତାଙ୍କ ବୋଲେରୋକୁ ଡ୍ରାଇଭର ସଞ୍ଜୟ ସେଠୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ ପ୍ରଥମ ମହଲାରେ ଗାଡି ପଛକୁ କରୁଥିବା ସମୟରେ ଗାଡି ତଳକୁ ଖସିପଡିଥିଲା ।

ଯାହାଫଳରେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଲଗାଇ କାର ଖସିବା ବେଳ ସେ ନିଜ ସିଟରୁ ପଛକୁ ପଳାଇଥିଲେ ଯାହାଫଳରେ ନିଜେ ବଞ୍ଚି ଯାଇଥିଲେ । ଗାଡିର ଆଗ ପଟ ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଛି । ଗାଡି ଭିତରେ ପାଣି ବୋତଲ, ଚପଲ, ବୁଟ ରହିଛି । ଗାଡିର ଇଣ୍ଡିକେଟର ମଧ୍ଯ ଜଳୁଥିଲା । ଗାଡିଟି ତଳକୁ ପଡିବା ବେଳେ ଆଗପଟ ଛେଚି ହୋଇଯାଇଛି । ଇଞ୍ଜିନି ପଟୁ ତେଲ ବୋହିବା ସହ ଆଗ ମୁହଁ ଚେପା ହୋଇଯାଇଛି ।

ଗାଡିର ଚାରି ଚକା ଉପରକୁ ମୁହଁ ପଡିଛି । ପ୍ରଥମ ମହଲାରେ ବ୍ଯାରିକେଡ ନଥିବାରୁ ଏପରି ଅଘଟଣ ଘଟିଥିଲା ବୋଲି ଦେଖଣାହାରୀ କହୁଛନ୍ତି । ମହାପ୍ରଭୁଙ୍କ କୃପାରୁ ପାଞ୍ଚ ଜଣ ପର୍ଯ୍ଯଟକ ସୁରକ୍ଷିତ ରହିଛନ୍ତି ଓ ଡ୍ରାଇଭର ମଧ୍ଯ ବଞ୍ଚି ଯାଇଛନ୍ତି । ଉପର ମହଲାରେ ପାଚେରୀ ଥିଲେ ଏଭଳି ଅଘଟଣ ଘଟିନଥାନ୍ତା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ପ୍ରତିଦିନ ଶହ ଶହ ଗାଡି ପାର୍କିଂ ହେଉଛି । ତିନି ହଜାର ଗାଡି ରହିବା ପାଇଁ ପାର୍କିଂ କାମ ଚାଲିଛି । ସେଠାରେ ମଧ୍ଯ ଶୌଚାଳୟ ନିର୍ମାଣ ହେଉଛି ।ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ଅନୁସନ୍ଧାନ କରୁଛି ।

Exit mobile version