କେରଳରୁ ଆସି ମୋହନା ଅଞ୍ଚଳରୁ ଗଞେଇ ମାଫିଆକୁ ଗିରଫ କଲା ପୋଲିସ

ଆର,ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ୍)  :- ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି କେରଳ ପୋଲିସ୍ l ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅଡବା ଥାନା ଡେକାପାଙ୍କା ଗାଁର ଟୁକୁନୁ ପରିଛା l ଆଜି କେରଳର ପାଲ୍ଲୀତୋଟମ୍ ଥାନା ପୋଲିସ ଓ ଆଞ୍ଚାଲୁମୁଡ୍ ଥାନାର ୮ ଜଣିଆ ଟିମ୍ ଆସି ଆଜି ମୋହନା ଅଞ୍ଚକରୁ ଅଭିଯୁକ୍ତକୁ ଗିରଫ କରିଛି l

ଗତ ୧୫ ଦିନ ପୁର୍ବରୁ ଅଡବା ଥାନା ଅଞ୍ଚଳର ଭକ୍ତି ସିଂ ଓ ବ୍ରହ୍ମଦାସ ନାୟକ ଦୁହେଁ ଅଭିଯୁକ୍ତ ଟୁକୁନୁ ଠାରୁ ଗଞ୍ଜେଇ ନେଇ କେରଳ ଚାଲାଣ କରିଥିଲା l ପୋଲିସ ସେମାନଙ୍କୁ ପାରିନାଡୁ ରେଳ ଷ୍ଟେସନରେ ୫୦ କେଜି ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରିଥିଲା l

ତେବେ ଅଭିଯୁକ୍ତମାନେ ଟୁକୁନୁ ଗଞ୍ଜେଇ କିଣି ଦେଇଥିବା ନେଇ ଜଣାପଡିଥିଲା l ଯାହା ଫଳରେ କେରଳ ପୋଲିସ ଟୁକୁନୁର ମୋବାଇଲ୍ ନମ୍ବର୍ କୁ ଟ୍ରାକ କରି କେରଳରୁ ମୋହନାକୁ ଆସି ଟୁକୁନୁକୁ ଗିରଫ କରି କୋର୍ଟ ଚାଲାଣ କରିଛି l

Exit mobile version