
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମଣିସାହୁ ଛକ ପୂଜା କମିଟି ପକ୍ଷରୁ ରବିବାର ଦିନ ମଣି ସାହୁ ଛକଠାରେ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୂର୍ଗା ପୂଜା ଓ ଭଷାଣୀ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଟକ ଲୋକସଭା ସାଂସଦ ଭତ୍ତୃହରି ମହତାବ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ସିଏମସି ମେୟର ସୁବାସ ସିଂ, ସିଏମସି କମିଶନର କିରଣ ଦୀପ କୈ।ର, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ, ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ବାରବାଟି -କଟକ ବିଧାୟିକା ସୋଫିଆ ଫିରଦୋସ , ମହାନଗର ଶାନ୍ତି କମିଟି ର ସଭାପତି ଦେବେନ୍ଦ୍ର ସାହୁ,
ସଂପାଦକ ଭିକାରୀ ଦାସ, ଅତିରିକ୍ତ ଡିସିପି ଦେବଦତ୍ତ କର, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ଲଲାଟେନ୍ଦୁ ବଡୁ, ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ସମେତ ବିଭିନ୍ନ ପୂଜା କମିଟିର ସଭାପତି, ସଂପାଦକ ଯୋଗ ଦେଇଥିଲେ । ଅତିଥି ମାନେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହିତ ଦୂର୍ଗା ପୂଜା ଏବଂ ଭଷାଣୀ କରିବା ପାଇଁ ଉପସ୍ଥିତ ପୂଜା କମିଟିର ସମସ୍ତ ସଭାପତି ସଂପାଦକ ଙ୍କୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ୧୭୩ଟି ମଣ୍ଡପରେ ଦୂର୍ଗା ଓ ହରପାର୍ବତୀ ପୂଜା ପାଇବେ ।
ପୂଜା ଏବଂ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପ୍ରତି ୨୫ ଗୋଟି ମଣ୍ଡପ ଦାୟିତ୍ୱରେ ଜଣେ ଏଡିଏମ୍ ରହିବେ । ପୂଜା ମଣ୍ଡପ ନିକଟରେ ବଡଧରଣର ତୋର କରାଯାଇ ରାସ୍ତାକୁ ସଂକୁଚିତ ନକରିବା, ଲେଜର ଲାଇଟ୍ ଏବଂ ଫାୟାର ଗନ୍ ବ୍ୟବହାର ନକରିବା, ନିଶାମୁକ୍ତ ଭଷାଣୀ ବିଜେ ବଦଳରେ ପାରମ୍ପାରିକ ବାଦ୍ୟ ବ୍ୟବହାର କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା । ଏହା ସହିତ ପାର୍ବଣରେ ବିଭିନ୍ନ ପୂଜା ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଯେଭଳି ଲୋକମାନେ କରିପାରିବେ ସେଥିପ୍ରତି ବୀଶେଷ ଦୃଷ୍ଟି ଦେବା ସହ,ସିସି କ୍ୟାମେରା ଲଗାଇବ, ଅଗ୍ନି ନିର୍ବାପକ ଯନ୍ତ୍ର କିମ୍ବି ବାଲି ଭର୍ତ୍ତି ପାତ୍ର ରଖିବା ପାଇଁ ଜିଲ୍ଲାପାଳ କହିଥିଲେ ।

