ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ-୨୦୨୫ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଯାଇଛି । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବାରଖମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ବଜିତ ବେହେରା,ଚକାପାଦର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀ ନାରାୟଣ ନନ୍ଦ,ଶିକ୍ଷକ ଦିନବନ୍ଧୁ ହୋତା, ବଲସକୁମ୍ପା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଞ୍ଚାନନ ବେହେରା, ଶିକ୍ଷକ ଅଶୋକ କୁମାର ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଏଥିରେ ବାଲିଗୁଡ଼ା ବ୍ଲକ୍ ର ୧୮ ଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
