ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଶିଶୁ ଓ ଯୁବମାନେ ଜାପାନୀୟ କାମିଶିବାଇ ଷ୍ଟୋରୀଟେଲିଂ ଓ ଆନିମେ କସପ୍ଲେ ୱାର୍କଶପରେ ବକୁଳ ପାଠାଗାର ଆୟୋଜିତ ଫେଷ୍ଟିଭାଲ୍ ଅଫ୍ ଜାପାନର ଶେଷ ଦିନରେ ବହୁତ ଉତ୍ସାହର ସହିତ ଏଥିରେ ଭାଗ ନେଇଥିଲେ । ଗତକାଲି ଜାପାନର କନସୁଲ୍ ଜେନେରାଲ୍ ଶ୍ରୀ ଇଶିକାୱା ଯୋଶିହିସାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ଉତ୍ସବରେ ଯୁବମାନଙ୍କ ପାଇଁ ବିଶେଷ ଆକର୍ଷଣ ଥିଲା ଆନିମେ କସପ୍ଲେ ୱାର୍କସପ । ଜାପାନ କନସୁଲେଟ୍ରୁ ଆସିଥିବା ମେଗୁମି ଶିମାଦା ଶେଷ ଦିନରେ ଉତ୍ସବରେ ଯୋଗଦେଇ କହିଲେ ଯେ, ସେ ଫେଷ୍ଟିଭାଲ୍ ଅଫ୍ ଜାପାନରେ ମିଳିଥିବା ପ୍ରତିସାଦରେ ଖୁସି ଓ ଓଡ଼ିଶାର ଯୁବମାନଙ୍କ ମଧ୍ୟରେ ଜାପାନୀୟ ସଂସ୍କୃତି ପ୍ରତି ଆଗ୍ରହକୁ ଦେଖି ଅତ୍ୟନ୍ତ ଆନନ୍ଦିତ ।
ଭୁବନେଶ୍ୱରରେ ଜଣାଶୁଣା ଆନିମେଟ୍ରୋ ଉତ୍ସବକୁ ଆୟୋଜନ କରୁଥିବା ଫରଜାନ୍ ଅଲୀ ଏହି ସୁଯୋଗରେ ୨୦୨୫ର ଆନିମେଟ୍ରୋର ତାରିଖ ୧୧-୧୨ ଅକ୍ଟୋବର୍ ଘୋଷଣା କଲେ । ସେ କହିଲେ, ଜାପାନର ପପ୍ କଲ୍ଚର୍ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି କସପ୍ଲେ, ଯେଉଁଥିରେ ଆନିମେ ପ୍ରେମୀମାନେ ନିଜ ପସନ୍ଦର ଚରିତ୍ରର ପୋଷାକ ପିନ୍ଧିଥାନ୍ତି । ଓଡ଼ିଶାରେ ମଧ୍ୟ ଏହାର ଲୋକପ୍ରିୟତା ବୋହୁତ ବଢ଼ୁଛି । ଅନନ୍ୟା ମିଶ୍ର ଓ ବିଶ୍ୱପ୍ରତିକଙ୍କ ଦ୍ୱାରା ଆନିମେ କସପ୍ଲେ ୱାର୍କଶପ ଭାଗୀଦାରମାନଙ୍କୁ ନିଜେ କିପରି ଚକଚକିଆ ପୋଷାକ ତିଆରି କରିବେ ବୋଲି ସେଥିରେ ସାହାଯ୍ୟ କରିଲେ । ଏଥିରେ ପ୍ରତିଯୋଗୀଙ୍କୁ ୱିଗ ଠାରୁ ପ୍ରପ୍ ପର୍ଯ୍ୟନ୍ତ, ଯେଉଁଥିରେ ସେମାନଙ୍କ ପ୍ରିୟ ଆନିମେ ଚରିତ୍ରମାନଙ୍କୁ ପ୍ରାଣବାନ୍ତ କରିପାରିବେ ତାହା ଶିକ୍ଷା ଦିଆ ଯାଇଥିଲା ।
ଆନନ୍ୟା ମିଶ୍ର ପୁରୁଣା ୱିଗ୍ ଓ ପୁରୁଣା ମେକପ୍ ସାମଗ୍ରୀ କିପରି ପୁଣିଥରେ ୱିଗ୍ କଲର୍ ବଦଳାଇବା ପାଇଁ ବ୍ୟବହାର କରିହୋଇପାରିବ, ତାହା ଦେଖାଇଥିଲେ । ସେ କମ୍ ବ୍ୟୟରେ ୱିଗ୍ ଓ ପ୍ରାକୃତିକ କେଶକୁ କିପରି ସୁରକ୍ଷିତ ରଖିବା, ପ୍ରି ଓ ପୋଷ୍ଟ୍ କଲର୍ କେୟାର ସହିତ ଷ୍ଟାଇଲିଂ ଟିପ୍ସ ମଧ୍ୟ ଦେଲେ । ତାପରେ, ବିଶ୍ୱ ପ୍ରପ୍ ମେ ଲକିଂ କରିବା ଶିଖାଇଲେ। ସେ ଇଭା ଫୋମ ଓ କିପରି ଇଭା ଫୋମ ସହଜ ଓ ସସ୍ତା ଦାମରେ କସପ୍ଲେରେ ବ୍ୟବହାର କରିହେବ ସେଇ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ସେ କହିଲେ, ଏହାକୁ କଟ୍ କରି, ହିଟ୍ ଦ୍ୱାରା ଆକାର କରି, ତାହାରୁ ଖଣ୍ଡା, ମୁକୁଟ ଓ ଅନ୍ୟାନ୍ୟ ପ୍ରପ୍ ତିଆରି କରିହେବ। ସିଲିଂ ଓ ପେଣ୍ଟିଂ କଲେ, ଏହି ପ୍ରପ୍ ଧାତୁ, କାଠ, ବା ଅନ୍ୟ ପଦାର୍ଥ ପରି ଦିଶିଥାଏ, ଯାହା ନୂଆ ଓ ପୁରୁଣା କସପ୍ଲେ କଳାକାରଙ୍କ ଭିତରେ ବୋହୁତ ଜଣାଶୁଣା ।