ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବକୁଳ ପାଠାଗାରରେ ଜାପାନର କଂଶଲ୍ ଜେନେରାଲ୍ ଶ୍ରୀ ଇଶିକାୱା ୟୋଷିହିସା ‘ଫେଷ୍ଟିଭାଲ ଅଫ ଜାପାନ’ ର ଉଦଘାଟନ କରିଲେ। ଏକ ବିଶିଷ୍ଟ ଓ ସୁନ୍ଦର ଉପାୟରେ ସେ ଉତ୍ସବକୁ ଆରମ୍ଭ କଲେ, ସେ ଗୋଟିଏ ଓରୀଗାମି କାଗଜ ପଙ୍ଖାକୁ ଖୋଲି ଏହି ଉତ୍ସବଟି କୁ ଆରମ୍ଭ କରିଥିଲେ ଯେଉଁଥିରେ ଇଂରାଜୀରେ ଲେଖା ହେଇଥିଲା “ଫେଷ୍ଟିଭାଲ ଅଫ ଜାପାନ @ ବକୁଳ”। ଶ୍ରୀ ୟୋଷିହିସାଙ୍କର ଏହା ପ୍ରଥମ ଓଡ଼ିଶା ଯାତ୍ରା ଓ ବକୁଳ ଫାଉଣ୍ଡେସନ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସେ ବୋହୁତ ଶୁଣିଥିଲେ, ଯାହା ଭୁବନେଶ୍ୱରରେ ଲୋକଙ୍କୁ ଜାପାନ୍ ସମ୍ପର୍କରେ ଅଧିକ ବୁଝାଇବାରେ ସହାୟତା କରୁଛି ।
