ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସତ୍ୟନଗର ସ୍ଥିତ କଫେ ୧୬ ରେ ବକୁଳ ଫାଉଣ୍ଡେସନ୍ ତାଙ୍କ ହ୍ୟୁମାନ୍ ଲାଇବ୍ରେରୀର ତୃତୀୟ ସଂସ୍କରଣ ଆୟୋଜନ କରିଛନ୍ତି। ଓଡ଼ିଶାରେ ଲାଇବ୍ରେରୀ ଆନ୍ଦୋଳନରେ ଅଗ୍ରଣୀ ହୋଇଥିବା ବକୁଳ, କାହାଣୀ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ନିଜର ସୃଜନଶୀଳତା ପାଇଁ ପରିଚିତ। ଏଥିରେ ଷ୍ଟୋରୀଟେଲିଙ୍ଗ୍ ଫେସ୍ଟିଭାଲ୍, ରିଡିଂ ମାରାଥନ୍ ଓ ବ୍ଲାଇଣ୍ଡ ଡେଟ୍ ୱିଥ୍ ବୁକ୍ସ ପରି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ହ୍ୟୁମାନ୍ ଲାଇବ୍ରେରୀ କିମ୍ବା ଲିଭିଂ ଲାଇବ୍ରେରୀ ଏକ ରୋମାଞ୍ଚକାରୀ ଧାରଣା, ଯେଉଁଠାରେ ପାଠକମାନେ ନିଜ ପସନ୍ଦର ପୁସ୍ତକ ‘ଧାର’ କରି, ପଢନ୍ତି ଓ ଭଲ ଅବସ୍ଥାରେ ଫେରାନ୍ତି, ପରେ ସେହି ପୁସ୍ତକକୁ ଅନ୍ୟ ପାଠକ ପଢନ୍ତି। ତଥାପି, ସାଧାରଣ ଲାଇବ୍ରେରୀ ଓ ହ୍ୟୁମାନ୍ ଲାଇବ୍ରେରୀର ତଫାତ ହେଉଛି, ଏଠାରେ ପୁସ୍ତକମାନେ ମଣିଷ, ଯାହାଙ୍କ ପାଖରେ ଆକର୍ଷଣୀୟ କାହାଣୀ ରହିଛି।
