CITU ତରଫରୁ ଆଶା କର୍ମୀଙ୍କ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ସମ୍ମିଳନୀ ମର୍ଦ୍ଦରାଜପୁରଠାରେ ଅନୁଷ୍ଠିତ

ଖଣ୍ଡପଡା (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶା ଆଶା କର୍ମୀ ଆସୋସିଏସନ ଖଣ୍ଡପଡ଼ା ବ୍ଲକ କମିଟି ତରଫରୁ CITU ନେତୃତ୍ୱରେ ସଂଗଠନର ତୃତୀୟ ବ୍ଲକ ସମ୍ମିଳନୀ ମର୍ଦ୍ଦରାଜପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ଆଜି ମଧ୍ୟାହ୍ନରେ ସାଥୀ ରୂପ ମଞ୍ଜରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଗଠନର ଲାଲ ଝଣ୍ଡାକୁ ଆନୁଷ୍ଠାନିକ ଭାବେ ବ୍ଲକ ସଭାପତି ଉତ୍ତୋଳନ କଲା ପରେ ସହିଦବେଦିରରେ ମାଲ୍ୟାର୍ପଣ ପରେ ଶହୀଦଙ୍କ ପ୍ରତି ଏକ ମିନିଟି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା ।

ସାଥୀ ରୂପ ମଞ୍ଜରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀକୁ ରାଜ୍ୟ ଉପ ସଭାପତି ସୁରେଶ ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ,କୃଷକ,କର୍ମଚାରୀ ତଥା ଜନ ବିରୋଧି ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ସରକାରଙ୍କ ଶ୍ରମିକ ଆଇନ ପରିବର୍ତ୍ତେ ଶ୍ରମିକ ବିରୋଧି ୪ ଟି ଶ୍ରମକୋଡ଼କୁ ସରକାର ତୁରନ୍ତ ବାତିଲ କରିବାକୁ ଦାବୀ କରିଥିଲେ। କେନ୍ଦ୍ର ମୋଦୀ ସରକାରଙ୍କ ଆକାଶ ଛୁଆଁ ଦରଦାମ ବୃଦ୍ଧି, ଅମାନିଆ ଶ୍ରମିକ ସ୍ୱାର୍ଥ ଓ ଜନ ବିରୋଧି ନୀତିକୁ ଲଗାମ ଦେବା ସହ ଆଶା କର୍ମୀମାନଙ୍କ ଅଧିକାର ପାଇଁ ଦୃଢ଼ ଆନ୍ଦୋଳନ ଗଢିବା ଆହ୍ୱାନ ଦେଇଥିଲେ।

ଏହି ସମ୍ମିଳନୀରେ ଉପସ୍ଥାପିତ ସାଙ୍ଗଠନିକ ରିପୋର୍ଟ ଉପରେ ସାଥୀମାନେ ଆଲୋଚନା କରିଥିଲା ବେଳେ ଉପସ୍ଥିତ ଅତିଥି ଓ ଭାତୃ ପ୍ରତିମ ସଂଗଠନର ନେତୃତ୍ୱମାନେ ସମ୍ମିଳନୀର ସଫଳତା କାମନା କରିଥିଲେ। ସମ୍ମିଳନୀରେ ୩ଟି ସେକ୍ଟରର କମିଟି ଗଠନ ସହ ବ୍ଲକ କମିଟିର ସଭାପତି ଭାବେ ରୁପମଞ୍ଜରୀ ସାହୁ,ସମ୍ପାଦିକା ଭାବେ ସନ୍ତୋଷିନୀ ସାହୁ, କୋଷାଧ୍ୟକ୍ଷ ଭାବେ ପୁଷ୍ପଲତା ରାଉତ, ଉପସଭାପତି ଭାବେ କାଳନ୍ଦୀ ନାୟକ, ପ୍ରତିମା ନାହାକ ଓ ସହ ସମ୍ପାଦିକା ଭାବେ ରୀତା ସାହୁ ନିର୍ବାଚିତ ହୋଇଥିଲା ବେଳେ ବାସନ୍ତି ବେହେରା ଅନୀତା ପ୍ରଧାନ,

ସରୋଜିନୀ ସାମଲ, ଗୀତାଞ୍ଜଳି ରାଉତ ପ୍ରମ୍ମୁଖ ସଦସ୍ୟା ନିର୍ବାଚିତ ହୋଇଥିଲା
ବେଳେ ଏକ ୧୦ ଜଣିଆ ବ୍ଲକ କମିଟି ଗଠନ କରାଯାଇଛି !ଏହି ସମ୍ମିଳନୀରେ ରାଜ୍ୟ ଉପସଭାପତି ସୁରେଶ ସ୍ୱାଇଁ,ଜିଲ୍ଲା ସଭାପତି ଚାପ ଧାରୀ ରାଉତ, ଜିଲ୍ଲା ନେତ୍ରୀ ସଂଯୁକ୍ତା ସେଠୀ,କାଳନ୍ଦୀ ନାୟକ, ଶସ୍ମିତା ପଟ୍ଟନାୟକ, ସରୋଜିନୀ ତ୍ରିପାଠୀ, ମଙ୍ଗୁଳି ରାଉତ, ଶଶିକଳା ନାୟକ, କାଞ୍ଚନ ବେହେରା ଓ ପାଚିକା ନେତ୍ରୀ ରିନା ବେହେରା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

Exit mobile version